ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ଲୋକସଭା ବାଚସ୍ପତି ଓମ ବିର୍ଲା । ଭୁବନେଶ୍ୱରରେ ପହଞ୍ଚି ରାଜଭବନରେ ପହଞ୍ଚିଥିଲେ । ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ବାଚସ୍ପତି ଓମ ବିର୍ଲା । ସେ ଏକ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ସାମିଲ ହେବେ । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ରାଜଭବନରେ ୨ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ଏବଂ ପ୍ରଭାତୀ ପରିଡା ଉପସ୍ଥିତ ଥିଲେ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଓମ ବିର୍ଲା ପ୍ରତିକ୍ରିୟା ରଖିଛନ୍ତି ଓଡିଶାର ମାଟି , ଜଗନ୍ନାଥଙ୍କ ମାଟିକୁ ଆସି ଖୁସି ଲାଗୁଛି । ଭାରତକୁ ବିକଶିତ ରାଷ୍ଟ୍ର କରିବାକୁ ସମସ୍ତଙ୍କ ସହେଯାଗ ଆବଶ୍ୟକ ।