31.1 C
Bhubaneswar
Wednesday, February 11, 2026
Homeଓଡିଶାଋଷିକୁଲ୍ୟା ମୁହାଁଣରେ ଅଲିଭ୍ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ

ଋଷିକୁଲ୍ୟା ମୁହାଁଣରେ ଅଲିଭ୍ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ

ବ୍ରହ୍ମପୁର: ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ଅଲିଭ୍ ରିଡ୍‌ଲେଙ୍କ ସାମୂହିକ ଗଣ ଅଣ୍ଡାଦାନ ପର୍ବ ଆରମ୍ଭ ହୋଇଛି। ଦକ୍ଷିଣା ପବନର ପ୍ରଭାବ ଓ ଚନ୍ଦ୍ର ଆଲୋକର ବିଛୁରିତ ଜ୍ୟୋତ୍ସ୍ନା ପ୍ରଭାବରେ ରବିବାର ବଢ଼ି ଭୋର୍ ସମୟରୁ ହଜାର ହଜାର ସଂଖ୍ୟାରେ ସାମୁଦ୍ରିକ କଇଁଛ ସମୁଦ୍ରର ନୀଳ ଜଳରାଶୀ ମଧ୍ୟରୁ ବେଳାଭୁମି ଉପରକୁ ଉଠି ଆସିଥିଲେ। ଗଞ୍ଜାମ ବ୍ଲକର ନୁଆଁ ପୋଡ଼ମପେଟା ଠାରୁ ପୁରୁଣା ପୋଡ଼ମପେଟା ମଧ୍ୟରେ ଅଲିଭ୍ ରିଡ୍‌ଲେ କଇଁଛ ହଜାର ହଜାର ସଂଖ୍ୟାରେ ଆସି ଗଣ ଅଣ୍ଡାଦାନ କରିଥିଲେ। ପ୍ରଥମ ପର୍ଯ୍ୟୟରେ ୧୧,୩୯୦ ମାଈ କଇଁଛ ଗଣ ଅଣ୍ଡାଦାନ କରିଥିବା ବନ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ବିଶେଷକରି ଏହି ବିରଳ ପ୍ରଜାତିର କଇଁଛଗୁଡ଼ିକ ବେଳାଭୂମି ଉପରେ ସେମାନଙ୍କ ପଛ ପାର୍ଶ୍ୱରେ ରହିଥିବା ଦୁଇଟି ଗୋଡ଼ ସାହାଯ୍ୟରେ ଗର୍ତ୍ତକରିବା ପରେ ଅଣ୍ଡାଦାନ କରିଥାନ୍ତି। ପରେ ପୁଣି ସେହି ସ୍ଥାନକୁ ସେହି ପଛ ପାର୍ଶ୍ୱରେ ରହିଥିବା ଗୋଡ଼ ସାହାଯ୍ୟରେ ବାଲି ଘୋଡ଼ାଇ ଦେଇ ନିଜ ଶରୀର ସାହାଯ୍ୟରେ ସେହି ସ୍ଥାନକୁ ବାଡ଼େଇ ଶକ୍ତକରିବା ପରେ ପୁଣି ସମୁଦ୍ର ମଧ୍ୟକୁ ଗୁରୁଣ୍ଡି ଗୁରୁଣ୍ଡି ଚାଲିଯାଇଥାନ୍ତି। ଗତବର୍ଷ ଗଣ ଅଣ୍ଡାଦାନ ହୋଇନଥିବା ବେଳେ ଚଳିତବର୍ଷ ନିର୍ଦ୍ଧାରିତ ସମୟରେ ଗଣ ଅଣ୍ଡାଦାନ ହୋଇଥିବାରୁ ପର୍ଯ୍ୟଟକ, ବନ ବିଭାଗ, ପରିବେଶବିତ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି। ଅନ୍ୟପଟେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବନ ବିଭାଗ ପକ୍ଷରୁ କଡ଼ାକଡ଼ି କରାଯାଇଥିବା ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking