14.1 C
Bhubaneswar
Wednesday, January 14, 2026
Homeଓଡିଶାଅଲିଭ ରିଡ଼ଲେ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

ଅଲିଭ ରିଡ଼ଲେ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର: ବିଶ୍ୱ ମହାସାଗର ଦିବସ ଅବସରରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ଗୋପାଳପୁର ବେଳାଭୂମିରେ ବେଳାଭୂମିକୁ ସ୍ୱଚ୍ଛତା ସହ ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତ ନାମ ଥିବା ବିଶିଷ୍ଠ ଫୋଟୋଗ୍ରାଫର ହାଇଦ୍ରାବାଦ ସ୍ଥିତ ସତୀଶ ଲାଲ ଏବଂ ସାମ୍ବାଦିକ ତଥା ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧୀନ ସାହୁଙ୍କ ଦ୍ୱାରା ଉତ୍ତୋଳନ କରାଯାଇଥିବା ଓଲିଭ ରିଡ଼ଲେ କଇଁଛଙ୍କ ଫୋଟୋ ଗୁଡିକ ବିଶେଷ କରି ଋଷିକୂଲ୍ୟା ମୁହାଣରେ ଉତ୍ତୋଳନ କରାଯାଇଥିବା ଫୋଟୋଗୁଡିକ ବେଳାଭୂମିରେ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶନୀ କରାଯାଇଥିଲା।

ବେଳାଭୂମିକୁ ଆସିଥିବା ପର୍ଯ୍ୟଟକ ପ୍ରଦର୍ଶିତ ହୋଇଥିବା ଛବିଗୁଡିକ ତଥା ଓଲିଭ ରିଡ଼ଲେଙ୍କ ଏକକାଳୀନ ବେଳାଭୂମିକୁ ଆସିବା, ଅଣ୍ଡାଦାନ କରିବା ହେଉ କିମ୍ବା ଶାବକ କଇଁଛଙ୍କ ସମୁଦ୍ରକୁ ଫେରିବା ବିଷୟରେ ଜାଣିବା ପାଇଁ ଆଗ୍ରହ ଦେଖାଉଥିଲେ। ଚଳିତ ବର୍ଷ ଥିମ ରହିଛି “ଅଦ୍ଭୁତ:ଯାହା ଆମକୁ ଜୀବନ ଦେଉଛି,ତାକୁ ରକ୍ଷା କରିବା। ଏହା ଦର୍ଶାଉଛି ମହାସାଗର ପ୍ରତି ଆମ ସମସ୍ତଙ୍କ ଦାୟିତ୍ୱ ବିଷୟରେ ଅବଗତ କରାଉଛି। ଅର୍ଥାତ ମହାସାଗର କେବଳ ବିଶାଳ ଜଳ ରାଶି ନୁହେଁ ବରଂ ଆମ ସମସ୍ତଙ୍କ ଜୀବନ ବଞ୍ଚିବାର ମୁଖ୍ୟ ଆଧାର ଏବଂ ଆମ ଗ୍ରହକୁ ସ୍ୱାସ୍ଥ୍ୟ ରଖିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ।

ଦିନକୁଦିନ ବଢୁଥିବା ତାପମାତ୍ରା ଓ ଜଳବାୟୁ ପରିବର୍ତ୍ତନ ଯାହା ସିଧାସଳଖ ସ୍ଥଳ ଭୂମିରେ ଥିବା ଜୀବଜନ୍ତୁ ନୁହଁନ୍ତି ବରଂ ସାମୁଦ୍ରିକ ଜୀଵ ଉପରେ ମଧ୍ୟରେ ପ୍ରଭାବ ପଡୁଛି। ସମୁଦ୍ରର ବିଭିନ୍ନ ଜଳ ସ୍ତରରେ ଭିନ୍ନ ଭିନ୍ନ ପ୍ରକାରର ସାମୁଦ୍ରିକ ଜୀଵ ରହିଥାନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ରର ଜଳସ୍ତରର ତାପମାତ୍ରା ସନ୍ତୁଳନ ରହୁନାହିଁ। ଯାହାଦ୍ୱାରା ଅନେକ ସାମୁଦ୍ରିକ ଜୀଵ ଲୋପ ପାଇଯାଇଥିବା ବେଳେ ଅନେକ ପ୍ରଜାତିର ଜୀଵ ଲୋପ ପାଇବା ଅବସ୍ଥାରେ ରହିଛନ୍ତି। ତେଣୁ ସମୟ ଥାଉ ଥାଉ ଜଳବାୟୁ ପରିବର୍ତ୍ତନ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ସହ ଏଦିଗରେ ସଚେତନତାର ଆବଶ୍ୟକ ରହିଛି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ଯାହାକି ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଉର୍ଦ୍ଧେଶ୍ୟ ଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ବ୍ରହ୍ମପୁର ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, ଉପ ସଭାପତି ଏ ପ୍ରକାଶ,ପି ବିନୋଦ, ଅଜୟ ସାହୁ, ପ୍ରବୀଣ ନାୟକ,ବନମାଳୀ ପ୍ରଧାନ,ବାଲାଜୀ ବେହେରା, ପ୍ରସନ୍ନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking