17.1 C
Bhubaneswar
Sunday, February 8, 2026
Homeଓଡିଶାପାଣିରେ ପଡ଼ି ବୃଦ୍ଧା ମୃତ

ପାଣିରେ ପଡ଼ି ବୃଦ୍ଧା ମୃତ

ଖନ୍ତାପଡ଼ା: ଖନ୍ତାପଡ଼ା ରେମୁଣା ବ୍ଲକ ତୁଣ୍ଡରା ପଞ୍ଚାୟତ ତୁଣ୍ଡରାର ଚନକ ସାହିରେ ଜଣେ ବୃଦ୍ଧା ପାଣିରେ ପଡ଼ି ପ୍ରାଣ ହରାଇଥିବା ଜଣା ପଡ଼ିଛି। ଆଜି ସକାଳେ ବଙ୍କ ଜେନାଙ୍କ ପତ୍ନୀ ଭାର୍ଗବୀ ଜେନା ନିକଟରେ ଥିବା ଚନକ ପୋଖରୀକୁ ଶୌଚ ହେବାପାଇଁ ଯାଇଥିବା ବେଳେ ପାଣିରେ ପଡ଼ିଯାଇଥିଲେ। ବିଳମ୍ବିତ ସମୟ ପର୍ଯ୍ୟନ୍ତ ଭାର୍ଗବୀ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ନିକଟରେ ଥିବା ଚନକ ପୋଖରୀରେ ଭାର୍ଗବୀ ପଡ଼ିଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଗାଡ଼ିଯୋଗେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ନେଇଥିଲେହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ଲେଖା ହେବା ବେଳକୁ ଖନ୍ତାପଡ଼ା ଥାନାରେ ଅଭିଯୋଗ ହୋଇନଥିବା ଜଣା ପଡ଼ିଛି। ଭାର୍ଗବୀଙ୍କର ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking