କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଲଡ଼ୁଗାଁ ନିକଟଦେଇ ଯାଇ ଥିବା ମେଘା ଲିଫ୍ଟ କେନାଳ ଡିଏମ୍ ୧୧ ନମ୍ବର ଗେଟରୁ ଜଣେ ବୃଦ୍ଧଙ୍କ ଶବ ଭାସୁଥିବା ଖବର ପାଇ କୋକସରା ଅଗ୍ନିଶମ ଓ ପୁଲିସ ପହଞ୍ଚି ଉଦ୍ଧାର କରିଛି। ଉକ୍ତ ବୃଦ୍ଧ ଜୟପାଟଣା ଥାନା ଚାଚିଗୁଡା ଦାସପଡା ଗ୍ରାମର ସୁବାସ ଦାସ ବୋଲ ଜଣା ପଡିଛି । ସୂଚନା ଅନୁସାରେ ଜୟପାଟଣା ଥାନା ଚାଚିଗୁଡା ଦାସପଡା ଗ୍ରାମର ସୁବାସ ଦାସ ଗତକାଲି ସନ୍ଧ୍ୟାରେ ଗ୍ରହଣ ପରେ ମୋକ୍ଷ ପାଇଁ ଗାଁନିକଟ ଦେଇ ଯାଇଥିବା ମେଘାଲିଫ୍ଟ କେନାଲକୁ ଗାଧୋଇବା ପାଇଁ ଯାଇ ଭାସି ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ବୃଦ୍ଧ ଜଣକ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ, ହେଲେ କିଛି ସନ୍ଧାନ ପାଇ ନ ଥିଲେ।ଆଜି ସକାଳେ ବୃଦ୍ଧଙ୍କ ମୃତଦେହ କେନାଲ ଗେଟରେ ଅଟକି ରହି ଭାସୁଥିବା ଦେଖି କୋକସରା ଅଗ୍ନିଶମ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ। ଏହାପରେ ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗର ଟିମ ଓ କୋକସରା ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣା ପଡ଼ିଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣା ପଡିଛି।










