17.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଗାଡ଼ି ଧୀରେ ଚଲାଇବାକୁ କହିବାରୁ ବୃଦ୍ଧଙ୍କୁ ହତ୍ୟା

ଗାଡ଼ି ଧୀରେ ଚଲାଇବାକୁ କହିବାରୁ ବୃଦ୍ଧଙ୍କୁ ହତ୍ୟା

ହାଇଦ୍ରାବାଦ୍‌: ହାଇଦ୍ରାବାଦର ଅଲୱଲରୁ ଏକ ଲୋମ ହର୍ଷଣକାରୀ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିରେ ଜଣେ ବାଇକ୍ ଆରୋହୀ ଜଣେ ବୃଦ୍ଧଙ୍କୁ ଆକ୍ରମଣ କରୁଥିବାର ଦେଖିବାକୁ ମିଳୁଛି। ତେବେ ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେ ମୃତ୍ୟୁବରଣ କରିଥିବା ଜଣାପଡିଛି। ତେବେ ଘଟଣାଟି ଗତ ୩୦ ତାରିଖର ବୋଲି କୁହାଯାଉଛି। ମୃତକ ଜଣ ୬୫ ବର୍ଷୀୟ ଅଞ୍ଜନେୟୁଲୁ ବୋଲି ଚିହ୍ନଟ ହୋଇଛନ୍ତି। ରିପୋର୍ଟ ଅନୁସାରେ ଅଞ୍ଜନେୟୁଲୁ ଧୀରେ ଧୀରେ ରାସ୍ତା ପାର୍ କରୁଥିବା ସମୟରେ ତାଙ୍କ ପାଖଦେଇ ଦୃତଗତିରେ ଏକ ବାଇକ୍ ଯାଇଥିଲା।

ବାଇକ୍‌ଟିରେ ଜଣେ ପୁରୁଷ ଓ ଅନ୍ୟଜଣେ ମହିଳା ବସିଥିଲେ। ତେବେ ଏହି ସମୟରେ ବୃଦ୍ଧ ଅଞ୍ଜନେୟୁଲୁ ବାଇକ୍ ଆରୋହୀଙ୍କୁ ଧିରେ ଗାଡି ଚଳାଇବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଏଥିରେ ବାଇକ୍ ଆରୋହୀଜଣକ ଉତ୍‌କ୍ଷିପ୍ତ ହୋଇପଡିଥିଲେ ଏବଂ ଗାଡି ଅଟକାଇ ବୃଦ୍ଧଙ୍କୁ ମାଡ଼ ମାରିଥିଲେ। ଘଟଣା ପରେ ଅଞ୍ଜନେୟୁଲୁଙ୍କୁ ତାଙ୍କ ପରିବାର ଲୋକେ ହସ୍ପିଟାଲ ନେଇଯାଇଥିଲେ ମଧ୍ୟ ବଞ୍ଚାଇପାରିନଥିଲେ। ଏନେଇ ସାଇବରବାଦ ପୁଲିସ କମିଶନରଙ୍କ ଅଧୀନରେ ଥିବା ଅଲୱର ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହେବା ପରେ ପୁଲିସ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking