30.1 C
Bhubaneswar
Tuesday, February 10, 2026
Homeଓଡିଶାଭାଲୁ ଆକ୍ରମଣରେ ବୃଦ୍ଧ ମୃତ

ଭାଲୁ ଆକ୍ରମଣରେ ବୃଦ୍ଧ ମୃତ

କେନ୍ଦୁଝର : ଭାଲୁ ଆକ୍ରମଣରେ ବୃଦ୍ଧା ମୃତ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବରେଇଗୋଡା ପଞ୍ଚାୟତ ତୁର୍କିପଦା ଗ୍ରାମରେ ଅଭାବନୀୟ ଘଟଣା । ପବନା ଜୁଆଙ୍ଗ(୫୦) ନାମକ ଜଣେ ବୃଦ୍ଧ ଭାଲୁ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ସୂଚନା ଅନୁଯାୟୀ, ଶ୍ରୀ ଜୁଆଙ୍ଗ ନିଜ ଘର ନିକଟରେ ଥିବା ଚନ୍ଦାଡିହ ଜଙ୍ଗଲ ମଧ୍ୟରେ ଥିବା ନିଜ ଜମିରେ ଧାନ ଚାଷ କରିଥିଲେ । ଧାନ ଫସଲକୁ ହାତୀ ଦାଉରୁ ରକ୍ଷା ଜଗିବା ପାଇଁ ଚାଷ ଜମି ନିକଟରେ ମଞ୍ଚା ବାନ୍ଧି ରାତିରେ ଜଗି ରହିଥିଲେ। ଆଜି ସକାଳେ ଶୌଚ ହେବା ପାଇଁ ଯିବା ସମୟରେ ହଠାତ ତାଙ୍କୁ ଦୁଇଟି ଭାଲୁ ଆକ୍ରମଣ କରିଥିଲେ । ପ୍ରତି ଆକ୍ରମଣରେ ଗୋଟିଏ ଭାଲୁ ସେ ସ୍ଥାନରୁ ଚାଲି ଯାଇଥିବା ବେଳେ ଅନ୍ୟ ଏକ ଭାଲୁ ପବନାଙ୍କ ମୁହିଁ ଓ ଜଙ୍ଘରେ ଗଭୀର କ୍ଷତ କରିଥିଲା। ଜମି ନିକଟରେ ଥିବା ଅନ୍ୟ ମଞ୍ଚାର ଲୋକମାନେ ଯେତେ ଚେଷ୍ଟା କଲେ ମଧ୍ୟ ଭାଲୁକୁ ଘଉଡାଇ ପାରି ନଥିଲେ। ଖବର ପାଇ ଗ୍ରାମବାସୀ ଜଙ୍ଗଲ ମଧ୍ୟରୁ ପବନା ଜୁଆଙ୍ଗଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭାର ସାହାଯ୍ୟରେ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ବୋହି ଆଣିଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking