ନୂଆଦିଲ୍ଲୀ: ଭଙ୍ଗା ଘର ଭୁଶୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଗୁରୁବାର ଦିନ ସକାଳ ୭ଟା ବେଳେ ରାଜସ୍ଥାନର ଜୟପୁରରେ ଭଙ୍ଗା ଘର ଭୁଶୁଡି ପରିବାରୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଭଗ୍ନାବଶେଷ ତଳେ ପୋତିହୋଇଥିବା ଦୁଇ ମହିଳାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି । ଘଟଣା ବେଳେ ଦୁଇ ଜଣ ପିଲା ଓ ଦୁଇ ଜଣ ମହିଳା ଉପସ୍ଥିତ ଥିଲେ । ଅଳ୍ପକେ ବର୍ତ୍ତିଯାଇଥିଲେ ୨ ପିଲା । ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ପୋଲିସ,ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।










