31.1 C
Bhubaneswar
Monday, March 30, 2026
Homeଓଡିଶାକୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

କୂଅରେ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

କୋରାପୁଟ: କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ବାହିରିପଡ଼ା ଜମି ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ି ଜଣେ ବୃଦ୍ଧା ମହିଳାଙ୍କ ମୃତ୍ୟୁ ହୋଇଛି । ବୃଦ୍ଧା ଜଣକ ନନ୍ଦପୁର ଠାକୁରାଣୀ ମନ୍ଦିରର ପୂର୍ବତନ ପୂଜକ ସ୍ୱର୍ଗତ ଧନୁର୍ଜୟ ଦିଆରିଙ୍କ ସ୍ତ୍ରୀ ଦଇମତି ଦିଆରି (୬୫) ବୋଲି ପରିଚୟ ମିଳିଛି । ସେ ସବୁଦିନ ଭଳି ସୋମବାର ଭୋର ପାହାନ୍ତିଆ ସମୟରେ ଫୁଲ ତୋଳିବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ କୂଅରେ ପଡ଼ି ଯାଇଥିଲେ । ଏହାପରେ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି ।ସୂଚନା ପାଇ ନନ୍ଦପୁର ଅଗ୍ନିଶମ ବାହିନୀ କୂଅ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରି ନନ୍ଦପୁର ପୋଲିସକୁ ହସ୍ତାନ୍ତର କରିଥିଲେ। ବୃଦ୍ଧାଙ୍କ ଝିଅ ବାସନ୍ତୀଙ୍କ ଏତଲା କ୍ରମେ ନନ୍ଦପୁର ପୋଲିସ ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିବା ଥାନାଧିକାରୀ ତ୍ରିନାଥ ତୋଟାପାଡିଆ ସୂଚନା ଦେଇଛନ୍ତି । ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking