21.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ବୁଦ୍ଧ

ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ବୁଦ୍ଧ

ପଶ୍ଚିମବଙ୍ଗ: ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ୮୨ ବର୍ଷୀୟ ଜଣେ ଆଦିବାସୀ ବୃଦ୍ଧ। ପାରା ଥାନା ଅଞ୍ଚଳରେ ଏକ ଗାଁ ନିକଟରେ ରେଳ ଲାଇନ ନିକଟରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏସଆଇଆର ଶୁଣାଣି ଦିନ ସକାଳେ ବୃଦ୍ଧଙ୍କ ମୃତଦେହ ମିଳିଥିଲା। ସୂଚନା ଅନୁସାରେ, ବୃଦ୍ଧ ବ୍ୟକ୍ତିଙ୍କ ନାମ ଡ୍ରାଫ୍ଟ ତାଲିକାରେ ନଥିଲା, ତେଣୁ ତାଙ୍କୁ ଶୁଣାଣି ପାଇଁ ଆଜି ଡକାଯାଇଥିଲା। ଏଥିରେ ଭୟଭୀତ ହୋଇ ବୃଦ୍ଧ ଜଣକ ଶୁଣାଣି ନୋଟିସ ପାଇବା ପରେ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ତୃଣମୂଳ କଂଗ୍ରେସ ଏବଂ ମୃତକଙ୍କ ପରିବାର ୮୨ ବର୍ଷୀୟ ଆଦିବାସୀ ବ୍ୟକ୍ତି ଦୁର୍ଜନ ମାଝୀଙ୍କ ମୃତ୍ୟୁ ଉପରେ ଅଭିଯୋଗ ଆଣିଛନ୍ତି। ପରିବାର ଅଭିଯୋଗ କରିଛନ୍ତି ଯେ ସେ ଏସଆଇଆର ଶୁଣାଣି ଭୟରେ ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking