33.1 C
Bhubaneswar
Sunday, February 22, 2026
Homeଓଡିଶାଘର ସହ ଜଳିଗଲେ ବୃଦ୍ଧ

ଘର ସହ ଜଳିଗଲେ ବୃଦ୍ଧ

ବାରିପଦା: ଘର ସହ ଜିଅନ୍ତା ଜଳିଗଲେ ବୃଦ୍ଧ। ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ବଡ଼ଗାଁ ପଞ୍ଚାୟତ ଅନ୍ତର୍ଗତ ଜୁହା ଗ୍ରାମରେ ଏହି ଘଟଣା ସାମ୍ନାକୁ ଆସିଛି। ମୃତକ ଜଣକ ୬୫ ବର୍ଷୀୟ ଆନନ୍ଦ ସିଂ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ଅତ୍ୟଧିକ ଶୀତ ଯୋଗୁଁ ଘର ଭିତରେ ନିଆଁ ଲଗାଇ ଶୋଇଥିଲେ ବୃଦ୍ଧ ଜଣକ। ବିଳମ୍ବିତ ରାତିରେ ଚାଳ ଘର ହୋଇଥିବାରୁ ନିଆଁ ଲାଗିଯାଇଥିଲା। ଫଳରେ ଏହି ଦୁର୍ଘଟଣା ଘଟିଛି। ଘରର ଅନ୍ୟପଟେ ଥିବା ଏକ ଘରେ ପୁଅ ବୋହୂ ସହ ଅନ୍ୟ ସଦସ୍ୟମାନେ ରହୁଥିଲେ ମଧ୍ୟ ନିଆଁ ଲାଗି ଜଳିଯିବାରୁ କେହି ବୃଦ୍ଧ ବ୍ୟକ୍ତିଙ୍କୁ ଉଦ୍ଧାର କରି ପାରି ନଥିଲେ । ଘର ସହ ସମସ୍ତ ଆସବାବପତ୍ର ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି। ଖବର ପାଇ ବାଙ୍ଗିରିପୋଷି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ବୃଦ୍ଧ ଜଣକ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲେ। ଏନେଇ ଖବର ପାଇ ଘଟଣାସ୍ଥଳରେ ବାଙ୍ଗିରିପୋଷି ପୁଲିସ ପହଞ୍ଚି ମୃତଦେହ ଜବତ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking