ନୂଆଦିଲ୍ଲୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାରର ଦୁଇ ଜଣଙ୍କୁ ହତ୍ୟା । ପ୍ରଥମେ ସୁଧାକରନଙ୍କ ସ୍ତ୍ରୀ ତାପରେ ଗତ କିଛି ବର୍ଷ ପରେ ସୁଧାକରନ ଏବଂ ତାଙ୍କ ମାଙ୍କୁ ହତ୍ୟା । ଏଭଳି ଲୋମହର୍ଷଣକାରୀ ଘଟଣା କେରଳର ପାଲକ୍କଡ ଜିଲ୍ଲାର ନେନମାରା ସହରରେ ଭୟଙ୍କର ଡବଲ ମର୍ଡର ହୋଇଛି । ଅଭିଯୁକ୍ତ ସୋମବାର ଦିନ ଉକ୍ତ ଅଞ୍ଚଳର ସ୍ଥାନୀୟ ବାସିନ୍ଦା ସୁଧାକରନ ଏବଂ ତାଙ୍କର ୭୫ ବର୍ଷୀୟ ମାଙ୍କୁ ଅତି ନିର୍ମ ଭାବେ ଛୁରାମାଡ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ସେମାନଙ୍କ ପଡୋଶୀ । ଅଭିଯୁକ୍ତ ଜଣଙ୍କ ହତ୍ୟାକାଣ୍ଡ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଦୀର୍ଘ ୩୬ ଘଣ୍ଟା ପରେ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ସ୍ଥାନୀୟ ଲୋକେ ଏଭଳି ଅଘଟଣକୁ ସହିନ ପାରି ପୋଲିସ ଷ୍ଟେସନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଭିଯୁକ୍ତ ଜଣଙ୍କ କିଛି ମାସ ପୂର୍ବରୁ ହତ୍ୟାକାଣ୍ଡ ଅଭିଯୋଗରେ ଜେଲକୁ ଯାଇଥିଲା । କିଛି ବର୍ଷ ଜେଲରେ ରହିବା ପରେ ସେ ଜାମିନରେ ଆସି ନେନମରା ସ୍ଥିତ ନିଜ ଘରକୁ ଫେରିଥିଲେ । ହେଲେ ମୃତକଙ୍କ ପରିବାର ଲୋକେ ଅଭିଯୁକ୍ତକୁ ଫାଶୀ ଦିଆଯାଉ ବୋଲି ଦାବି କରୁଛନ୍ତି । କହିଛନ୍ତି ୨୦୧୯ରେ ମାଙ୍କୁ ହତ୍ୟା କରିଥିଲା । କାପରେ ଜେଲ ଗଲା । ଏବଂ ଜେଲରୁ ଆସି ବାପା ଏବଂ ଜେଜେମାଙ୍କୁ ହତ୍ୟା କରିଛି । ଅଭିଯୁକ୍ତଙ୍କୁ ଗିରଫ କରାଯାଉ । ହେଲେ ପୋଲିସ ଏସବୁ ଘଟଣାର ତଦନ୍ତ କରୁଛି । ପୋଲିସର ସୂଚନା ଅନୁସାରେ ଅଭିଯୁକ୍ତ ହତ୍ୟାକାଣ୍ଡକୁ ସ୍ୱୀକାର କରୁଛି । କହିଛି ଏହା ମୋ ସ୍ତ୍ରୀର ପ୍ରତିଶୋଧ ମୁଁ ନେଉଛି । ଏମାନଙ୍କ ପାଇଁ ମୋ ସ୍ତ୍ରୀ ମୋତେ ଛାଡି ଚାଲିଯାଇଛି । ଏହି ଡବଲ ମର୍ଡର ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଟିମ ଗଠନ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।