ନୂଆଦିଲ୍ଲୀ: ଆପ ଭିତ୍ତିକ ରାଇଡ- ହେଲିଂ ପ୍ଲାଟଫର୍ମ ଓଲା, ଉବର ଏବଂ ରାପିଡୋ ଦେଶବ୍ୟାପୀ ଧର୍ମଘଟ ପାଳନ କରୁଥିବାରୁ ଭାରତର ବିଭିନ୍ନ ସ୍ଥାନରେ ଲେକମାନେ ଆଜି ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି । ବହୁ ଦିନ ଧରି ପଡି ରହିଥିବା ଅନେକ ଅସମାଧାନିତ ସମସ୍ୟା ପାଇଁ ଡାକରା ଦିଆଯାଇଛି । ଅଲ ଇଣ୍ଟିଆ ବ୍ରେକଡାଉନ ନାମରେ ଏହି ପ୍ରତିବାଦ କରିଛନ୍ତି । ଭାରତର ଆପ – ଆଦାରିତ ପରିବହନ କର୍ମଚାରୀମାନେ ଫେବୃଆରୀ ୭, ୨୬ ତାରିଖରେ ସର୍ବଭାରତୀୟ ବିଭ୍ରାଟ ପାଳନ କରିବେ । ସର୍ବନିମ୍ନ ଭଡା ନାହିଁ । ଲକ୍ଷ ଲକ୍ଷ ଆପ ଆଦାରିତ ଡ୍ରାଇଭରଙ୍କୁ ଦାରିଦ୍ର୍ୟ ଭିତରକୁ ଠେଲି ଦିଆଯାଉଛି ଏହାର ଲାଭ ଏଗ୍ରିଗେରମାନେ ଲାଭ ପ।।ନ୍ତି । ଏନେଇ ଟିଜିପିଡବ୍ଲ୍ୟୁ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଏହା ପୂର୍ବରୁ ସଂଘ ଆପ ଆଦାରିତ ପରିବହନ ସେବା ପାଇଁ ମୂଳ ଭଡା ସ୍ଥିର କରିବାକୁ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଚିଠି ଲେଖିଥିଲେ । ଚିଠିରେ ଉଲେଖ ଥିଲା ଯେ “ସରକାର-ନିୟନ୍ତ୍ରିତ ଭଡ଼ା ଗଠନର ଅନୁପସ୍ଥିତିରେ, ଏଗ୍ରିଗେଟର କମ୍ପାନୀଗୁଡ଼ିକ ଏକପାଖିଆ ଭାବରେ ଭଡ଼ା ସ୍ଥିର କରିଚାଲିଛନ୍ତି, ଯାହା ଫଳରେ ଲକ୍ଷ ଲକ୍ଷ ପରିବହନ ଶ୍ରମିକଙ୍କ ପାଇଁ ଗୁରୁତର ଆୟ ଅସୁରକ୍ଷିତ, ଶୋଷଣ ଏବଂ ଅସମ୍ଭବ କାର୍ଯ୍ୟ ପରିସ୍ଥିତି ସୃଷ୍ଟି ହେଉଛି,” ଚିଠିରେ ଲେଖାଯାଇଛି। TGPWU ମଧ୍ୟ ସରକାରଙ୍କୁ ଅନୁରୋଧ କରିଛି ଯେ ଘରୋଇ ଯାନଗୁଡ଼ିକୁ ଯାତ୍ରୀ କିମ୍ବା ସାମଗ୍ରୀ ପରିବହନ କରିବାରୁ ନିଷେଧ କରନ୍ତୁ। ୟୁନିଅନ ମୁଖ୍ୟ ଶୈକ ସଲାଉଦ୍ଦିନ ମଧ୍ୟ କହିଛନ୍ତି ଯେ ସେମାନେ ସେମାନଙ୍କର ଦାବି ପୂରଣ ପାଇଁ ଫେବୃଆରୀ 7 ତାରିଖରେ ଦେଶବ୍ୟାପୀ ଧର୍ମଘଟ ପାଳନ କରିବେ।










