ଭୁବନେଶ୍ୱର : ରାଜ୍ୟ ସରକାରକୁ ଜଙ୍କ୍ ଫୁଡ୍ ଓ ତେଲ ଚିନ୍ତା । ଜିଲ୍ଲାପାଳମାନଙ୍କୁ ଚିଠି କଲା ମହିଳା ଓ ଶିଶୁ ବିକାଶ ବିଭାଗ । ସବୁ ଅଙ୍ଗନବାଡି ସେଣ୍ଟର, ଶକ୍ତି ସଦନ, ସଖୀ ନିବାସରେ ଲାଗିବ ଡାଏଟ୍ ଚାର୍ଟ । ଖାଦ୍ୟରେ ତେଲ ମାତ୍ରା କେତେ ରହୁଛି ଡାଏଟ୍ ଚାର୍ଟରେ ଲେଖିବାକୁ ନିର୍ଦ୍ଦେଶ । ଡାଏଟ୍ ଚାର୍ଟ ଉଭୟ ଓଡିଆ ଏବଂ ଇଂରାଜୀରେ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଛଣା ଖାଦ୍ୟରେ କେତେ ତେଲ ବ୍ୟବହାର ହୋଇଛି ଦର୍ଶାଇବା ଜରୁରୀ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ଚିଠିରେ ଆହୁରି ଲେଖାଯାଇଛି ଯେ ଅଏଲ୍ ବୋର୍ଡ ପକ୍ଷରୁ ଦିଆଯାଇଥିବା ଚାର୍ଟ ଲଗାଅ । ୧୦୦ ଗ୍ରାମ୍ ସିଙ୍ଗଡାରେ ୨୮ ଗ୍ରାମ୍ ତେଲ ଏବଂ ୨୦ ଗ୍ରାମ୍ ତେଲ ପକୋଡାରେ ରହୁଛି । ଆଳୁଚପ୍ରେ ୨୪ ଗ୍ରାମ୍, ମୁଡୁକିରେ ୩୫ ଗ୍ରାମ୍ ତେଲ ରହୁଛି । ଅତ୍ୟଧିକ ତେଲ ସେବନ ହୃଦରୋଗ, ଯକୃତର କାରଣ । ସେଥିପାଇଁ ପ୍ରତିଦିନ ୨୭ରୁ ୩୦ ଗ୍ରାମ୍ ତେଲ ଖାଇବା ଆବଶ୍ୟକ ।










