ନୂଆଦିଲ୍ଲୀ: ଦ୍ୱିପାକ୍ଷିକ ଆଲୋଚନା ପରେ ମୋଦି- ପୁଟିନ ମିଳିତ ପ୍ରେସ ବିବୃତି ଜାରି କରିଛନ୍ତି । ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏମଓୟୁ ନେଇ ସୂଚନା ଜାରି କରାଯାଇଛି ।୨୩ତମ ଶିଖର ସମ୍ମିଳନୀ ପରେ ପୁଟିନ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବଢିବ ବ୍ୟବସାୟ । ୧୦୦ ବିଲିୟନ ଡଲାର ଟାର୍ଗେଟ ରହିଛି । ୨୦୩୦ ଯାଏଁ ରୋଡମ୍ୟାପ ପ୍ରସ୍ତୁତ କରିଛୁ । ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ବଢିବ । ତୈଳ ରପ୍ତାନୀ ନେଇ ପୁଟିନ କହିଛନ୍ତି, ଭାରତକୁ ତୈଳ ରପ୍ତାନୀ ଜାରି ରହିବ ।










