ଭୁବନେଶ୍ୱର: ନଦୀ ଜଳ ଦୂଷିତ ହେଲେ ଦାୟୀ ରହିବେ ଅଧିକାରୀ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ପ୍ରତି ମାସରେ ନଦୀ ଜଳ ଥରେ ପରୀକ୍ଷା ହେଉଛି । ନିରନ୍ତର ଜଳ ପରୀକ୍ଷା ନକଲେ ବିଭାଗୀୟ ଅଧିକାରୀଙ୍କ ଦରମା ବନ୍ଦ । ସବୁ ସ୍ଥାନରେ ନଦୀ ଜଳ ଠିକ ନାହିଁ , କଳ କାରଖାନାରୁ ବର୍ଜ୍ୟବସ୍ତୁ ଆସୁଛି । ସ୍ୱାଭାବିକ ଚାଲିଛି ବିଧାନସଭା ପ୍ରଶ୍ନକାଳ । ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ । ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ ।ଅନ୍ୟପଟେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହୋଇପାରନ୍ତି ଶାସକ ଏବଂ ବିରୋଧୀ । ଧାନ ମଣ୍ଡି ସମସ୍ୟା ନେଇ ମୁଲତବୀ ପ୍ରସ୍ତାବ ଦେଇପାରେ ମୁଖ୍ୟ ବିରୋଧୀ ବିଜେଡି । ସେପଟେ ଶକ୍ତି, କୃଷି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ରହିଛି ପ୍ରଶ୍ନକାଳ ।










