ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବାକୁ ଅଫିସରମାନଙ୍କୁ ଆହ୍ୱାନ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ରଥଯାତ୍ରା ଓ ବନ୍ୟା ସ୍ଥିତିରେ ଆନ୍ଦୋଳନ ଉଚିତ ନୁହେଁ । ଯେତେ ରାଉଣ୍ଡ ହେଉ ଆଲୋଚନା ପାଇଁ ସରକାର ପ୍ରସ୍ତୁତ । ଅନ୍ୟପଟେ ବିଏମସି ଅତିରିକ୍ତ କମିସନରଙ୍କୁ ମାଡ ଘଟଣାରେ ପରିବହନ ମନ୍ତ୍ରୀ ବିଭୂତି ଜେନା ବୟାନ ଦେଇଛନ୍ତି । କହିଛନ୍ତି, ଘଟଉର ପଛରେ ଥିବା ମୁଖ୍ୟ ଅଭିଯୁକ୍ତକୁ ଛଡାଯିବନି । ଯିଏ ବି ଏକାଣ୍ଡ କରିଛି କାହାକୁ ଛଡାଯିବନି । ସମସ୍ତଙ୍କୁ ଗିରଫ କରି କାଯ୍ୟାନୁଷ୍ଠାନ ନିଆଯିବ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇସାରିଛନ୍ତି । ସୂଚନାଥାଉ କି, ବିଏମସି ଅଫିସରେ ପଶି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ୫ରୁ ୬ ଜଣ ବ୍ୟକ୍ତି ଘୋଷାଡି ଆଣି ଲାତ, ଗୋଇଠା ମାରିଥିଲେ ।