ନୂଆଦିଲ୍ଲୀ: କୃଷି ପାଇଁ ଓଡିଶା ଶ୍ରେଷ୍ଠ ରାଜ୍ୟ ସରକାର । ୧୬ ତମ ଏଗ୍ରିକଲଚର ଲିଡରସିପ କନକ୍ଲେଭରେ ସମ୍ମାନିତ କରାଯାଇଛି । ପୁରସ୍କାର ଗ୍ରହଣ କଲେ ମନ୍ତ୍ରୀ କନକ ବର୍ଧନ ସିଂହ ଦେଓ । ଏହି ସମ୍ମାନ ଓଡିଶାର ଅନ୍ନଦାତାଙ୍କୁ ଉତ୍ସର୍ଗୀକୃତ କହିଛନ୍ତି କେ.ଭି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ ଉପସ୍ଥିତ ଥିଲେ । ଏହି ସଫଳତା ପାଇଁ କୃଷକ ଓ ରାଜ୍ୟବାସୀଙ୍କୁ ଶ୍ରେୟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ । ଏହା ସହ ଏଭଳି ପୁରସ୍କାର ଗ୍ରହଣ କରିବା ମୋ ପାଇଁ ସମ୍ମାନର ବିଷୟ ବୋଲି କହିଛନ୍ତି କେଭି । ଏହି ପୁରସ୍କାର ଜାତୀୟ କ୍ଷେତ୍ରରେ ଓଡିଶାର କୃଷି ବିକାଶକୁ ଦର୍ଶାଉଛି ା










