ନୂଆଦିଲ୍ଲୀ: ନୂଆ ବର୍ଷ ପୂର୍ବରୁ ବିଜୟ ଭୋଟି ଦେଲା ଓଡିଶା କ୍ରିକେଟ ଟିମ୍ । ବିଜୟ ହଜାରେ ଟ୍ରଫିରେ ଓଡିଶାର ବଡ ବିଜୟ । ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍ରେ ହରାଇଲା ଓଡିଶା । ଆଲୁରର କେଏସସିଏ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ଏଲିଟ୍ ଗ୍ରୁପ୍ ଡି ବିଜୟ ହଜାରେ ଟ୍ରଫି ମୁକାବିଲାରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ । ୫୦ ଓଭରରେ ଓଡିଶା ୮ ୱିକେଟ ହରାଇ ୨୭୨ ରନ୍ କରିଥିବା ବେଳେ ଦିଲ୍ଲୀ ୧୯୩ ରନ୍ରେ ଅଲଆଉଟ ହୋଇଛି । ଅଧିନାୟକ ବିପ୍ଲବ ସାମନ୍ତରାୟ ୭୨ ରନର ଇନିଂସ । ଓଡିଶା ପକ୍ଷରୁ ଦେବବ୍ରତ ପ୍ରଧାନ ଓ ସମ୍ବିତ ବରାଳଙ୍କ ଶାଣିତ ବୋଲିଂ ।










