ଭୁବନେଶ୍ୱର: ଭୁବନେଶ୍ୱର- କଟକ ରିଙ୍ଗ ରୋଡ ମଞ୍ଜୁରୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡିଶାର ଦାବି ପୂରଣ କରିଥିବାରୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ । ଧନ୍ୟବାଦ ପ୍ରସ୍ତାବ କାଯ୍ୟକ୍ରମରେ ମୋହନ ମାଝୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଓଡିଶାରୁ ଫୋରିଯାଇଥିବା ପୋସ୍କୋ ପୁଣି ଫେରି ଆସିଲା । ଶିଳ୍ପାୟନ ପାଇଁ ଦେଶରେ ଓଡିଶା ପ୍ରକୃଷ୍ଟ ସ୍ଥାନ ପ୍ରମାଣିତ ହେଲା । ଆଗାମୀ ଦିନରେ ଓଡିଶା ଶ୍ରେଷ୍ଠ ୫ ରାଜ୍ୟ ଭିତରେ ସାମିଲ ହେବ । ଦେଶର ଗ୍ରୋଥ ଇଞ୍ଜିନ ଭାବେ ଓଡିଶା କାମ କରିବ ।










