ଭୁବନେଶ୍ୱର: ରାଜ୍ୟକୁ ସମ୍ପୁଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଗଞ୍ଜେଇ ଚାଷରୁ ନିବୃତ୍ତ ରହିବାକୁ ଅବକାରୀ ମନ୍ତ୍ରୀଙ୍କ ଅପିଲ ରହିଛି । ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଚଳିତ ବର୍ଷ ସର୍ୱାଧିକ ଗଞ୍ଜେଇ ଚାଷ ନଷ୍ଟ ହୋଇଛି । ଜନଜାତିଙ୍କୁ ପ୍ରଲୋଭିତ କରି ଗଞ୍ଜେଇ ଚାଷ କରାଯାଉଛି । ମାଫିଆଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ପୋଲିସ ସହ ଅବକାରୀ ବିଭାଗର ଆଲୋଚନା ହୋଇଛି ।










