27.1 C
Bhubaneswar
Sunday, September 29, 2024
Homeଓଡିଶାଦଶହରାରେ ଭିଜିବ ଓଡ଼ିଶା, ଅକ୍ଟୋବର ୬ରେ ଲଘୁଚାପ ସମ୍ଭାବନା

ଦଶହରାରେ ଭିଜିବ ଓଡ଼ିଶା, ଅକ୍ଟୋବର ୬ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ବର: ପୂଜାରେ ଭିଜିବ ସାରା ଓଡ଼ିଶା । ପୁଣି ଆସୁଛି ଆହୁରି ଏକ ଲଘୁଚାପ । କିଛି ଦିନ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ କ୍ଷେତ୍ର । ଲଘୁଚାପ ସୃଷ୍ଟି ହେବା ପରେ ଦଶହରା ପୂର୍ବରୁ ରାଜ୍ୟରେ ବଡ ବର୍ଷା ସମ୍ଭାବନା ରହିଛି । ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବା ନେଇ ପୂର୍ବାନୁମାନ କରିଛି ପାଣୁିପାଗ ବିଭାଗ । ଅକ୍ଟୋବର ୬ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି । ଏହା ପ୍ରଭାବରେ ଆସନ୍ତା ୪ ଅକ୍ଟୋବରରୁ ୧୦ ଅକ୍ଟୋବର ଯାଏଁ ରାଜ୍ୟର ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ଜାରି କରିଥିବା ଦୀର୍ଘମିଆଦୀ ପ୍ରେସ ରିଲିଜରେ ଅକ୍ଟୋବର ଦ୍ୱିତୀୟ ସପ୍ତାହ ଅର୍ଥାତ ୬ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ଓ ତାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ ବର୍ତ୍ତମାନ ରାଜ୍ୟରେ କୌଣସି ନିଦିଷ୍ଟ ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୫ ଦିନ ଅର୍ଥାତ ୩ ତାରିଖ ଯାଏଁ ବଡ ବର୍ଷା ନାହିଁ । କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ । ପରେ ୪ ତାରିଖ ପରେ ପୁଣି ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟରେ ବର୍ଷାର ପରିମାଣ କମିଥିବା ବେଳେ ଅନେକ ସ୍ଥାନରେ ପାରଦ ଉପର ମୁହାଁ ହୋଇଛି । ଗତକାଲି ଅନେକ ସ୍ଥାନରେ ଗରମ ଗୁଳୁଗୁଳି ହୋଇଥିବା ବେଳେ ଭଦ୍ରକର ଚାନ୍ଦବାଲି ସବୁଠାରୁ ଉତ୍ତପ୍ତ ସହର ରହିଥିଲା । ଯେଉଁଠାରେ ସର୍ବାଧିକ ୩୫.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହପରି ଭୁବନେଶ୍ବରରେ ୩୪.୨ ଡିଗ୍ରୀ ସେଲସିୟସ ଓ କଟକରେ ୩୪.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଏହାସହ ଫୁଲବାଣୀରେ ସର୍ବନିମ୍ନ ୨୨.୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking