ଭୁବନେଶ୍ୱର: ଓଡିଶା ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ । ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମ୍ବୋଧନ ସମୟରେ ରାଷ୍ଟ୍ରପତି ଓଡିଶାର ବିକାଶ ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି, “ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନେକ ନୂଆ କାମ କରିଛନ୍ତି । ସୁଭଦ୍ରା ଯୋଜନାରେ ମହିଳା ସ୍ୱାବଲମ୍ବୀ ହୋଇଛନ୍ତି । ମହିଳା ସଶକ୍ତିକରଣରେ ସରକାରଙ୍କ ଭୂମିକା ରହିଛି । ଜଳ ସମ୍ପଦ ଓ ମାନବ ସମ୍ବଳରେ ସମୃଦ୍ଧ ଓଡିଶା । ଓଡିଶାର ପରିବେଶ କୃଷି ଓ ବାଣିଜ୍ୟ ପାଇଁ ଅନୁକୂଳ । ୨୦୩୬ ସୁଦ୍ଧା ସୁସମୃଦ୍ଧ ଓଡିଶା ଗଠନ ହେବ । ଓଡିଶଆର ପ୍ରଗତିକୁ ବ୍ରତ ଭାବେ ଗ୍ରହଣ କରିବା ଜରୁରୀ । ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ଅଗ୍ରଗତି ଲାଭ କରିଛିା ବିଶ୍ୱ ଏବେ ଭାରତର ଜ୍ଞାନକୌଶଳକୁ ବିଶ୍ୱାସ କରୁଛନ୍ତି । ବିକଶିତ ଭାରତର ଏହା ଅନ୍ୟ ଏକ ପ୍ରମାଣ ।









