ଭୁବନେଶ୍ୱର: ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ କଂଗ୍ରେସର ତମାମ ନେତା ମଧ୍ୟ ଉପସ୍ଥିତ ହୋଇଛନ୍ତି । ସେପଟେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ମଧ୍ୟ ବିଧାନସଭାରେ ପହଞ୍ଚିଛନ୍ତି । ପରମ୍ପରା ଅନୁସାରେ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ଗୃହକାର୍ଯ୍ୟ । ଦିବଂଗତ ସଦସ୍ୟଙ୍କ ବିୟୋଗରେ ଗୃହରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ଏବଂ ତା ସହିତ ସହିଦଙ୍କୁ ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ରାଜ୍ୟପାଳ । ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି । କହିଛନ୍ତି, ବିକଶିତ ଭାରତ ପାଇଁ ଓଡିଶା ହେବ ଗ୍ରୋଥ ଇଞ୍ଜିନ । ୨୦୩୬ରେ ଓଡିଶା ଗଠନକୁ ଶହେ ବର୍ଷ ପୂରିବ । ସମୃଦ୍ଧ ଓଡିଶା ପାଇଁ ମୋ ସରକାର ଅନେକ କାମ କରିଛନ୍ତି । ସମୃଦ୍ଧ ଓଡିଶା ଗଠନ ପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରୁ ଓଡିଶାକୁ ବଡ ପ୍ରକଳ୍ପ ମିଳୁଛି । ଆତ୍ମନିର୍ଭର ଭାରତରେ ସେମି କଣ୍ଟକ୍ଟର ହବ ହେବ ଓଡିଶା । ୨୦୪୭ ସୁଦ୍ଧା ମୁଣ୍ଡପିଛା ଆୟ ୧.୮ ଲକ୍ଷରୁ ୩୨ ଟଙ୍କାକୁ ବୃଦ୍ଧି କରିବା ଏବଂ ବହୁମୁଖୀ ଦାରିଦ୍ର୍ୟକୁ ୫ ପ୍ରତିଶତକୁ ହ୍ରାସ କରିବା ଆମ ଟାର୍ଗେଟ । ମହଳା ଶ୍ରମ ଶକ୍ତିକୁ ୭୦ ପ୍ରତିଶତକୁ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି । ଆୟୁ ସୀମା ୮୦ରୁ ଅଧିକ କରିବା ଓ କୁପୋଷଣ ଦୂର କରିବା ଲକ୍ଷ୍ୟ ରଖାଯାଇଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ରରୁ ଓଡିଶାକୁ ବଡ ପ୍ରକଳ୍ପ ମିଳୁଛି । ଏହା ଉଜ୍ୱଳ ଓଡିଶାର ଭବିଷ୍ୟତକୁ ଦର୍ଶାଉଛି । ରାମେଶ୍ୱର- ପାରାଦପ କୋଷ୍ଟାଲ ହାଇୱେକୁ ଅନୁମୋଦନ ଦିଆଯାଇଛି । ଆତ୍ମ ନିର୍ଭର ଭାରତରେ ସେମି କଣ୍ଡକ୍ଟର ହବ ହେବ ଓଡିଶା । ରାଜ୍ୟରେ ରାସ୍ତାର ଆଧୁନିକୀକରଣ କରାଯାଇଛି । ଭୁବନେଶ୍ୱର- ଖୋର୍ଦ୍ଧା-କଟକକୁ ନେଇ ରିଂ ରୋଡ ନିର୍ମାଣ ହେଉଛି । ଭିତ୍ତିଭୁମି ସୁଦୃଢ କରିବାକୁ ମୋ ସରକାର ପ୍ରତିଶ୍ରୁତିବଦ୍ଧ । ଜୟଦେବ ବିହାର- ନନ୍ଦନକାନନ ରାସ୍ତା ଫ୍ଲାଏଓଭର ହେବ । ରାଜ୍ୟରୁ ଅପପୃଷ୍ଟି ଓ ରକ୍ତହୀନତା ଦୂର କରିବା ଲକ୍ଷ୍ୟ ରଖାଯାଇଛି ।










