ଭୁବନେଶ୍ୱର : ଉତ୍କର୍ଷ ଓଡିଶା କନକ୍ଲେଭକୁ ନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଉତ୍କର୍ଷ ଓଡିଶା ଯୁଗାନ୍ତକାରୀ ଓ ଐତିହାସିକ ହେବ କହିଛନ୍ତି ମନ୍ତ୍ରୀ । ସବୁ ସମ୍ଭାବନା ଥାଇ ବି ୨ ଦଶନ୍ଧି ଧରି ଓଡିଶା ଶିଳ୍ପ ମରୁଭୁମି ଥିଲା । କନକ୍ଲେଭ ମାଧ୍ୟମରେ ଓଡିଶାରେ ଶିଳ୍ପପତି ପୁଞ୍ଜି ନିବେଶ କରିବେ । ଓଡିଶାର ପ୍ରତି ଜିଲ୍ଲାରେ ଶିଳ୍ପ କ୍ଷେତ୍ରକୁ ଆଗକୁ ବଢାଇବା ଆମର ଲକ୍ଷ୍ୟ ଅଟେ । ଓଡିଶାରେ ଶିଳ୍ପ ବିପ୍ଲବ ସୃଷ୍ଟି ହେବ । ଶିଳ୍ପ ସମ୍ୃଦ୍ଦି କରିବା ସରକାରଙ୍କ ଲକ୍ଷ୍ୟ । ୧୬ ସେକ୍ଟରର ସେସନ ହେବ । ପୁଞ୍ଜି ନିବେଶ ପାଇଁ ଏମଓୟୁ ହେବ । ବିଭିନ୍ନ ସେକ୍ଟରର ଶିଳ୍ପ ଓଡିଶାରେ ପୁଞ୍ଜି ନିବେଶ କରିବେ । ନିଯୁକ୍ତି ବଢିବ ।