27.1 C
Bhubaneswar
Thursday, March 26, 2026
Homeଓଡିଶାରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଢେଙ୍କାନାଳ: ରେଞ୍ଜରଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ବିଭୁଦାନନ୍ଦଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍ କରାଯାଇଛି। ବିଭୁଦାନନ୍ଦଙ୍କ ଢେଙ୍କାନାଳ ସହରର ଷ୍ଟେସନ ବଜାରରେ ଥିବା ଘର, ସଦର ରେଞ୍ଜ ଅଫିସ ଓ ସରକାରୀ କ୍ଵାର୍ଟର୍ସ,କଟକ ଓ ଭୁବନେଶ୍ୱରରେ ଥିବା ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ବିଭୁଦାନନ୍ଦ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘରେ ଚଢ଼ାଉ କରିଥିବା ଜଣାଯାଇଛି।ଏହି ଚଢ଼ାଉରେ ୬ଜଣ ଡିଏସପି,ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୬ଜଣ ଇନ୍ସପେକ୍ଟର, ୬ଜଣ ଏସଏଆଇ ସମେତ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking