ଭୁବନେଶ୍ୱର: ନୂଆବର୍ଷରେ ବିଷ ବାୟୁ ବଳୟରେ ଓଡିଶା । ଭୁବନେଶ୍ୱରରେ ବାୟୁର ଗୁଣବତ୍ତା ମାନ ୩୫୨ ରହିଛି । ବାଲେଶ୍ୱରରେ ୩୪୩ ଏକ୍ୟୁଆଇ ରହିଥିବା ବେଳେ ବ୍ୟାସନଗରରେ ଏକ୍ୟୁଆଇ ୩୨୮ ରହିଛି । ସେହିଭଳି କଟକରେ ୩୦୯ ରହିଥିବା ବେଳେ ବାରିପଦାରେ ଏକ୍ୟୁଆଇ ୩୦୬ ରହଛି । ସମ୍ବଲପୁରରେ ୩୦୪, କେନ୍ଦୁଝରରେ ଏକ୍ୟୁଆଇ ୨୬୬ ରହିଛି । ଘନ କୁହୁଡି ସାଙ୍ଗକୁ ହାଡଭଙ୍ଗା ଶୀତ କରୁଛି କଲବଲ । ଘନ କୁହୁଡି ପାଇଁ ଦୃଶ୍ୟମାନ ମଧ୍ୟ ହ୍ରାସ ପାଇଛି । ଭୁବନଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ କେବଳ ଗୋଟିଏ ବିମାନ ଉଡାଣ ଭରିଛି ।










