26.1 C
Bhubaneswar
Monday, March 16, 2026
Homeଓଡିଶାସେମିକଣ୍ଡକ୍ଟର ହବ୍ ହେବ ଓଡ଼ିଶା: ରାଜ୍ୟପାଳ

ସେମିକଣ୍ଡକ୍ଟର ହବ୍ ହେବ ଓଡ଼ିଶା: ରାଜ୍ୟପାଳ

ଭୁବନେଶ୍ଵର : ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ। ବନ୍ଦେ ମାତରମରୁ ଆରମ୍ଭ ହେଲା ଗୃହକାର୍ୟ୍ୟ। ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି। କହିଲେ ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରିବ। ସମୃଦ୍ଧ ଓଡ଼ିଶା ପାଇଁ ସରକାର ପ୍ରତିଶୃତିବଦ୍ଧ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ଵରେ କେନ୍ଦ୍ରରୁ ଓଡ଼ିଶାକୁ ବଡ଼ ପ୍ରକଳ୍ପ ମିଳୁଛି। ବିକଶିତ ଭାରତ ପାଇଁ ଓଡ଼ିଶା ହେବ ଗ୍ରୋଥ୍ ଇଞ୍ଜିନ୍।ରାଜ୍ୟପାଳ ପୁଣି କହିଛନ୍ତି ଯେ, ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଅଧୀନରେ କେନ୍ଦ୍ର ସରକାର ୨୦୬୬ କୋଟିରୁ ଅଧିକ ଅର୍ଥ ବିନିଯୋଗରେ ଓଡ଼ିଶାରେ ଦୁଇଟି ଆତ୍ୟାଧୁନିକ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ଅନୁମୋଦନ ଦେଇଛନ୍ତି । ଏହା ଓଡ଼ିଶାକୁ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କେନ୍ଦ୍ର ଭାବେ ପରିଚିତ କରିବ। ଏହା ଏକ ଐତିହାସିକ ପଦକ୍ଷେପ ଯାହା ଉଚ୍ଚ- ଦକ୍ଷତାମୂଳକ ରୋଜଗାର ସୃଷ୍ଟି କରିବ। ଏହା ସହଯୋଗୀ ଶିଳ୍ପଗୁଡ଼ିକୁ ପ୍ରୋତ୍ସାହନ ଦେବ ଏବଂ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ଆଗେଇ ନେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking