28.1 C
Bhubaneswar
Saturday, October 5, 2024
Homeଓଡିଶାଶିଳ୍ପ ହବ ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଶିଳ୍ପ ହବ ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶିଳ୍ପ ହବ ହେବାକୁ ଯାଉଛି ଓଡ଼ିଶା । ଆଜି ଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାଛଡ଼ା ସେ କହିଛନ୍ତି ଯେ ପୁଞ୍ଜି ବିନିଯୋଗ ନେଇ ସକରାତ୍ମକ ଆଲୋଚନା ହୋଇଛି । କିପରି ଅଧିକ ପୁଞ୍ଜିନିବେଶଷ ହେବ ସେ ନେଇ ଆଲୋଚନା ହୋଇଛି । ଆଲୋଚନା ଫଳପ୍ରଦ ହୋଇଛି । ୨୦୨୫ରେ ଓଡ଼ିଶାରେ ସର୍ବବୃହତ ଶିଳ୍ପ କନକ୍ଲେଭ ହେବାକୁ ଯାଉଛି । ସେମିକଣ୍ଡକ୍ଟର, ପେଟ୍ରୋ କେମିକାଲସ, ଆଇଟିରେ ବିନିଯୋଗ ସମ୍ଭାବନା ଅଧିକ । ୨୦୪୭ ବିକଶିତ ଓଡ଼ିଶା ଗଠନରେ ଏହା ଦୃଢ ମୁଳଦୁଆ ପକାଇବ । କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗରେ ଓଡ଼ିଶା ଶିଳ୍ପ ହବ ହେବାକୁ ଯାଉଛି ।

ଆସନ୍ତାବର୍ଷ ଜାନୁୟାରୀ ୨୮ ଓ ୨୯ତାରିଖରେ ଉତ୍କର୍ଷ ଓଡ଼ିଶା-୨୦୨୫ କନକ୍ଲେଭ ପାଇଁ ଦିନ ଧାର୍ୟ୍ୟ ହୋଇଛି । ବିଜେଡି ସରକାରଙ୍କ ‘ମେକ୍ ଇନ୍ ଓଡ଼ିଶା’ର ନାଁ ପରିବର୍ତ୍ତନ କରି ରାଜ୍ୟର ବିଜେପି ସରକାର ଏହାକୁ ‘ଉତ୍କର୍ଷ ଓଡ଼ିଶା’ର ନାମକରଣ କରିଛନ୍ତି । ଏବେ ୨ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ବିଭିନ୍ନ ନିବେଶକଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିବେ ବୋଲି କହିଛନ୍ତି । ରାଜ୍ୟରେ ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking