25.1 C
Bhubaneswar
Tuesday, January 13, 2026
Homeଓଡିଶା୨୦୩୦ ସୁଦ୍ଧା ଓଡ଼ିଶା ୧୪୦ ଗିଗାୱାଟର ସୌର, ଗ୍ରୀନ୍ ହାଇଡ୍ରୋଜେନରୁ ଉତ୍ପାଦନ ଲକ୍ଷ୍ୟ: ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

୨୦୩୦ ସୁଦ୍ଧା ଓଡ଼ିଶା ୧୪୦ ଗିଗାୱାଟର ସୌର, ଗ୍ରୀନ୍ ହାଇଡ୍ରୋଜେନରୁ ଉତ୍ପାଦନ ଲକ୍ଷ୍ୟ: ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ପୂରଣ ନିମନ୍ତେ ଓଡ଼ିଶା ୧୪୦ ଗିଗାୱାଟର ସୌର, ଗ୍ରୀନ ହାଇଡ୍ରୋଜେନରୁ ପ୍ରସ୍ତୁତ ଅକ୍ଷୟ ଶକ୍ତି ଉତ୍ପାଦନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ରାଜ୍ୟର ଅକ୍ଷୟ ଶକ୍ତି ନୀତିକୁ ସମୀକ୍ଷା କରି ଏହାକୁ ଆହୁରି ସୁଦୃଢ଼, ପୁଞ୍ଜିନିବେଶ ଅନୁକୂଳ ଓ ଗ୍ରାହକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ କରାଯାଇପାରିବ। ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ନୂଆଦିଲ୍ଲୀରେ ଅନୁଷ୍ଠିତ ଅକ୍ଷୟ ଶକ୍ତି ରାଉଣ୍ଡ ଟେବୁଲ ବୈଠକରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅଧ୍ୟକ୍ଷତା କରିଥିଲେ। ସମ୍ମିଳନୀରେ ଓଡ଼ିଶାର ବିଭାଗୀୟ ଅଧିକାରୀ, ପ୍ରତିନିଧି, ଶିଳ୍ପ,ନିବେଶକମାନେ ଏକାଠି ଯୋଗଦେଇଥିଲେ। ୨୩ଟି କମ୍ପାନୀର ୩୪ ଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ସୌର ବିଦ୍ୟୁତ, ପବନ ଶକ୍ତି, ଗ୍ରୀନ ହାଇଡ୍ରୋଜେନ, ଗ୍ରୀନ୍ ଆମୋନିଆ, ବର୍ଜ୍ୟ ବସ୍ତୁରୁ ଶକ୍ତି ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ପ୍ରମୁଖ ଥିଲେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଡିକାର୍ବୋନାଇଜେସନ୍ ଓ ଜଳବାୟୁ ଅନୁକୂଳ ଲକ୍ଷ୍ୟ ହାସଲରେ ଓଡ଼ିଶାର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ, ଓଡ଼ିଶାରେ ଥିବା ଅକ୍ଷୟ ଶକ୍ତିର ସୁଯୋଗ ତଥା ସମ୍ଭାବନାର ଅର୍ଥପୂର୍ଣ୍ଣ ବ୍ୟବହାର କରି ଘରୋଇ କମ୍ପାନୀର ଅଂଶଗ୍ରହଣକୁ ପ୍ରୋତ୍ସାହିତ, ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସମ୍ମିଳନୀର ଲକ୍ଷ୍ୟ ରହିଛି। ଓଡ଼ିଶା ଆଜିର ସମୟରେ ସ୍ୱଚ୍ଛ ଶକ୍ତିର ବ୍ୟବହାର, ଉତ୍ପାଦନ, ବିକାଶକୁ ପ୍ରୋତ୍ସାହିତ କରୁଛି। ଓଡ଼ିଶା ରାଜ୍ୟ ଅକ୍ଷୟ ଶକ୍ତି ନୀତି-୨୦୨୨ ମଧ୍ୟ ଗ୍ରୀନ୍ ହାଇଡ୍ରୋଜେନ,ଗ୍ରୀନ ଆମୋନିଆ, ଭାସମାନ ସୌରଶକ୍ତି, ପମ୍ପଡ୍ ଷ୍ଟୋରେଜ ପାୱାର(ପିଏସ୍‌ପି), ପବନ ଶକ୍ତି ଭଳି ନୂତନ କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରିଛି। ସୋସାଇଟି ଫର୍ ଲିଗାଲ ଆଣ୍ଡ ପଲିସି ରିସର୍ଚ୍ଚ, ଇଡାମ ଇନଫ୍ରାଷ୍ଟ୍ରକଚର ଓ ବରିଷ୍ଠ ଓକିଲ ସଞ୍ଜୟ ସେନ୍ ପ୍ରତିନିଧିମାନଙ୍କୁ ସ୍ୱାଗତ କରିବା ସହ ବଜାର ବ୍ୟବସ୍ଥା ଓ ପୁଞ୍ଜିନିବେଶ ନିଷ୍ପତ୍ତି ଏବଂ ନିବେଶକଙ୍କ ସ୍ୱାର୍ଥ ରକ୍ଷା ମଧ୍ୟରେ ସମନ୍ୱୟ ରକ୍ଷା କରି ରାଜ୍ୟ ଏକ ଦୀର୍ଘମିଆଦୀ ଯୋଜନା, ଯାହା ବିଦ୍ୟୁତ ଉପଭୋକ୍ତାଙ୍କୁ ମଧ୍ୟ ସୁହାଇବ, ସେଇଭଳି ଯୋଜନା କରିବା ଉଚିତ। ଓଡ଼ିଶାରେ ଉତ୍ପାଦିତ ହେବାକୁ ଥିବା ଅକ୍ଷୟ ଶକ୍ତି ଭାରତର ସବୁଜ ବିଦ୍ୟୁତ ଲକ୍ଷ୍ୟ ପୂରଣରେ ସହାୟକ ହେବ। ଇଡାମର ମ୍ୟାନେଜିଂ ଡ଼ାଇରେକ୍ଟର ବଳୱନ୍ତ ଜୋଶୀ ଓଡ଼ିଶାର ନିୟାମକ ଭିତ୍ତିଭୂମି ଉପରେ ଆଲୋକପାତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking