ଭୁବନେଶ୍ୱର : ଆସନ୍ତା ୨୮ ଏବଂ ୨୯ରେ ଦୁଇ ଦିନ ଧରି ଚାଲିବ ଉତ୍କର୍ଷ ଓଡିଶା ସମ୍ମିଳନୀ ା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ । ଉଦଘାଟନ ପୂର୍ୱରୁ ୨୭ ତାରିଖରେ ତାରକା ହୋଟେଲରେ ସିଆଇ ଆଇ ପକ୍ଷରୁ ପାଞ୍ଚ ଟି ବଡ ସେସନ ରହିଛି । ଏଥିରେ ସିଆଇ ଆଇର ଦୁଇ ଶହ କାଉନସିଲ ସଦସ୍ୟ ଯୋଗ ଦେବେ । ୨୮ ତାରିଖ ଦିନ ବଡ ବଡ ଶିଳ୍ପପତି ଯୋଗ ଦେବାର କାଯ୍ୟକ୍ରମ ରହିଛି । ବିଶେଷ କରି ସିଙ୍ଗାପୁର , ଅଷ୍ଟ୍ରେଲିଆ , ମାଲେସିଆ, ମୁମ୍ବାଇରୁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିବା ବଡ ଶିଳ୍ପପତି ଉତ୍କର୍ଷ ଓଡିଶାରେ ଯୋଗ ଦେବାର କାଯ୍ୟକ୍ରମ ରହିଛି । ପାଖାପାଖି ୧୨ଟି ଦେଶର ଶିଳ୍ପପତିଙ୍କୁ ନିମନ୍ତ୍ରଣ କରାଯାଇଛି । ା ଏନେଇ ଶିଳ୍ପ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ହୋଇଛି । ଏହାରି ଉପରେ ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି । କହିଛନ୍ତି , ଉତ୍କର୍ଷ ଓଡିଶା କାଯ୍ୟକ୍ରମ ଜନତା ମୈଦାନରେ ଚାଲିବ । ଆସୁଥିବା ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।