17.1 C
Bhubaneswar
Tuesday, December 9, 2025
Homeଓଡିଶାଓଡିଶା ରାଜ୍ୟ ଲ' କମିଶନଙ୍କ ପ୍ରଥମ ବୈଠକ ଅନୁଷ୍ଠିତ; ଲୋଗୋ ଓ ଇ-ମେଲ ଆଇଡି ଉନ୍ମୋଚିତ

ଓଡିଶା ରାଜ୍ୟ ଲ’ କମିଶନଙ୍କ ପ୍ରଥମ ବୈଠକ ଅନୁଷ୍ଠିତ; ଲୋଗୋ ଓ ଇ-ମେଲ ଆଇଡି ଉନ୍ମୋଚିତ

ଭୁବନେଶ୍ୱର: ଓଡିଶା ରାଜ୍ୟ ଲ’ କମିଶନଙ୍କ ପ୍ରଥମ ବୈଠକ ଆଜି ତୋଷାଳୀ ଭବନ ସ୍ଥିତ କମିଶନଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟା ୫ଟାରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜଷ୍ଟିସ ବିଶ୍ୱନାଥ ରଥ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ତଥା ପଦାଧିକାରୀ ସଦସ୍ୟ ଶ୍ରୀ ମାନସ ରଞ୍ଜନ ବାରିକ, ପ୍ରଫେସର ଲଳିତ କୁମାର ଦେବ, ବରିଷ୍ଠ ଆଇନଜୀବୀ ଶ୍ରୀ ସୂର୍ଯ୍ୟ ପ୍ରସାଦ ମିଶ୍ର ଏବଂ ସୌର ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥଲେ । ଏହି ପ୍ରଥମ ବୈଠକରେ ପାଞ୍ଚଟି କାର୍ଯ୍ୟସୂଚୀ ଉପରେ ଆଲୋଚନା କରାଯାଇଥିଲା ଯେଉଁଥିରେ କମିଶନର ଲୋଗୋ ଏବଂ ଇ-ମେଲ୍ ଆଇଡି oslc703@gmail.com ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉନ୍ମୋଚିତ ହେବା ସହ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରହଣ କରିବାକୁ ଆବଶ୍ୟକୀୟ ଆଇନଗତ ଦିଗଗୁଡ଼ିକ ଉପରେ ଆଲୋଚନା ହୋଇଥିଲା ।

ବୈଠକରେ ଆଇନ ବିଭାଗର ତାରିଖ ୧୬.୦୩.୧୬ ରେ ହୋଇଥିବା ସଂକଳ୍ପ ପତ୍ରର ଧାରା ୧୯ (୧) ଅନୁଯାୟୀ ପ୍ରଫେସର ଲଳିତ କୁମାର ଦେବ, ବରିଷ୍ଠ ଆଇନଜୀବୀ ଶ୍ରୀ ସୂର୍ଯ୍ୟ ପ୍ରସାଦ ମିଶ୍ର ଏବଂ ଶ୍ରୀ ସୌର୍ଯ୍ୟ ଚନ୍ଦ୍ର ମହାପାତ୍ରଙ୍କୁ ଓଡ଼ିଶା ରାଜ୍ୟ ଆଇନ କମିଶନର ଉପ-କମିଟିର ନିଯୁକ୍ତିକୁ ମଧ୍ୟ ଅନୁମୋଦନ କରାଯାଇଥିଲା । ଏଥିସହିତ ଧାରା ୧୪(୨) ଅନୁଯାଇ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ, କର୍ତ୍ତୃପକ୍ଷ, ବିଭିନ୍ନ ସଂସ୍ଥା ପକ୍ଷରୁ ଆଇନ୍ ରେ ସଂଶୋଧନ, ଆଇନଗତ ସହାୟତା, ପରାମର୍ଶ ନେଇ ଆସିବାକୁ ଥିବା ସମସ୍ତ ଦରଖାସ୍ତକୁ ବିଚାରକୁ ନେଇ ଆବଶ୍ୟକ ପରାମର୍ଶ ସୁପାରିଶ ଏବଂ ଚିଠିପତ୍ର ପଠାଇବା କ୍ଷେତ୍ରରେ କମିଶନର ସଚିବଙ୍କୁ ଅନୁମୋଦନ କରାଯାଇଥିବା ନେଇ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking