22.1 C
Bhubaneswar
Saturday, March 28, 2026
Homeଓଡିଶାଓଡିଶା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଙ୍କ ଯାଜପୁର ଜିଲ୍ଲା ଗସ୍ତ ଓ ସମୀକ୍ଷା ବୈଠକ

ଓଡିଶା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଙ୍କ ଯାଜପୁର ଜିଲ୍ଲା ଗସ୍ତ ଓ ସମୀକ୍ଷା ବୈଠକ

ଯାଜପୁର:  ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଶ୍ରୀ ଅବନିକାନ୍ତ ସାହୁ ଦୁଇ ଦିନିଆ ଯାଜପୁର ଜିଲ୍ଲା ଗସ୍ତରେ ଆସି ଧର୍ମଶାଳା ବ୍ଲକ୍ ଗସ୍ତ କରି ନେଉଳପୁର -୨ରେ ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ। ଅଙ୍ଗନୱାଡିରେ ପିଲାମାନଙ୍କୁ ଦିଆ ଯାଉଥିବା ଖାଦ୍ୟର ମାନ ଯାଞ୍ଚ କରିଥିଲେ। ଅଞ୍ଜିରା ଆଶ୍ରମ ସ୍କୁଲ୍ ପରିଦର୍ଶନ କରି ଛାତ୍ରଛାତ୍ରୀ ଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ମଶାରୀ ଟାଙ୍ଗି ଶୋଇବାକୁ ଛାତ୍ରଛାତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ। ଗୋଟିଏ ପବ୍ଲିକ ଡିଷ୍ଟ୍ରିବ୍ୟୁସନ୍ ସେଣ୍ଟର୍ ବୁଲି ଦେଖିଥିଲେ।ରାସନ କାର୍ଡ ହିତାଧିକାରୀଙ୍କ ତାଲିକା କେନ୍ଦ୍ରରେ ପ୍ରଦର୍ଶନ କରିବାକୁ ନିର୍ଦେଶ ଦେଇଥିଲେ।ଏହାପରେ ଅପରାହ୍ନ ରେ ସର୍କିଟ ହାଉସ ଯାଜପୁର ଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ।

ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଉପ ଜିଲ୍ଲାପାଳ ତାପସରଞ୍ଜନ ଦେହୁରୀ ଏବଂ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ। ଜିଲ୍ଲା ଯୋଗାଣ ବିଭାଗ ସହ ରାସନ କାର୍ଡ ସମ୍ବନ୍ଧରେ ଆଲୋଚନା କରିଥିଲେ। ଇ- କେ.ୱାଇ.ସି ଷ୍ଟାଟସ୍, ଅଯୋଗ୍ୟ ହିତାଧୀକାରୀ, ମୃତ ବ୍ୟକ୍ତି ମାନଙ୍କୁ ବାଦ୍ ଦିଆଯାଇ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ରାସନ୍ କାର୍ଡ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ। ବ୍ଲକ୍ ଏବଂ ମ୍ୟୁନିସପାଲିଟି ରେ ରାସନ୍ କାର୍ଡ ପୋଜିସନ୍ ସମ୍ବନ୍ଧରେ ପଚାରି ବୁଝିଥିଲେ। ପବ୍ଲିକ ଡିଷ୍ଟ୍ରିବ୍ୟୁସନ୍ ସେଣ୍ଟର୍ ଗୁଡିକ ସମ୍ବନ୍ଧରେ ଆଲୋଚନା କରିଥିଲେ। ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ ସମର୍କରେ ଆଲୋଚନା ହୋଇଥିଲା। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ସହ ଅଙ୍ଗନୱାଡି କେନ୍ଦ୍ର କାର୍ଯ୍ୟକାରିତା, ଭିତିଭୂମି, ଖାଦ୍ୟର ମାନ ସମ୍ପର୍କରେ ଆଲୋଚନା କରିଥିଲେ। କଳିକା କେନ୍ଦ୍ର ଖୋଲାଯିବା ସମ୍ପର୍କରେ ଆଲୋଚନା କରିଥିଲେ। ସମସ୍ତ ଅଙ୍ଗନବାଡି କେନ୍ଦ୍ର କୁ ସ୍ୱଚ୍ଛ ପାନୀୟ ଜଳ ଓ ଟୟଲେଟ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ। ଧର୍ମଶାଳା ର ଅଞ୍ଜିରା ଆଶ୍ରମରେ ୯ମ ୧୦ମ ଶ୍ରେଣୀର ପିଲାମାନଙ୍କ ନିମନ୍ତେ ହଷ୍ଟେଲ ସୁବିଧା କରିବା ନିମନ୍ତେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।ଉକ୍ତ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ କର କହିଲେ ଆଜି ଅଧ୍ୟକ୍ଷ ରାଜ୍ୟ ଫୁଡ୍ କମିଶନ ଶ୍ରୀ ଅବନିକାନ୍ତ ସାହୁ ଯାଜପୁର ଜିଲ୍ଲା ଗସ୍ତରେ ଆସି ଧର୍ମଶାଳା ବ୍ଲକ୍ ଗସ୍ତକରି ସେଠାରେ ଥିବା ଅଙ୍ଗନୱାଡି, ଆଶ୍ରମ ସ୍କୁଲ ଓ ପବ୍ଲିକ ଡିଷ୍ଟ୍ରିବ୍ୟୁସନ୍ ପଏଣ୍ଟ ଗୁଡ଼ିକ ପରିଦର୍ଶନ କରିଥିଲେ। ସର୍କିଟ ହାଉସ ଯାଜପୁର ଠାରେ ଏକ ସମୀକ୍ଷା ବୈଠକ କରି ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରଥିଲେ।ଇ କେ ୱାଇ ସି ସମ୍ପୂର୍ଣ କରିବାକୁ ଯୋଗାଣ ବିଭାଗ କୁ ନିର୍ଦେଶ ଦେଇଥିଲେ। ଶିଶୁ ମାନଙ୍କର ଆଧାର ଅପଡେସନ, ଜନ୍ମ ପ୍ରମାଣପତ୍ର ଉପରେ ଗୁରୁତ୍ୱ ଦେଇଥିଲେ।ଉକ୍ତ ସମୀକ୍ଷା ବଠକରେ ଜିଲ୍ଲା ଯୋଗାଣ ଅଧିକାରୀ, ସମସ୍ତ ବିଭାଗୀୟ ଅଧିକାରୀ, ରାଉତରାପୁର, ସାନସୁଆର, ସୁଜନପୁର, ଭୁବନେଶ୍ୱର ପଂଚାୟତ ର ସରପଞ୍ଚ ଓ ଉପର ବରୁଆଁ ସମିତି ସଭ୍ୟ,ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking