21.1 C
Bhubaneswar
Saturday, December 6, 2025
Homeଓଡିଶାଓଡ଼ିଶା ରାଜ୍ୟ ସମବାୟ ନୀତି ପାଇଁ ମତାମତ ଆହ୍ୱାନ

ଓଡ଼ିଶା ରାଜ୍ୟ ସମବାୟ ନୀତି ପାଇଁ ମତାମତ ଆହ୍ୱାନ

ଭୁବନେଶ୍ୱର: ରାଜ୍ୟରେ ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ, କ୍ରିୟାଶୀଳ ଓ ବହୁମୁଖି କରିବା ଲକ୍ଷ୍ୟରେ “ଓଡ଼ିଶା ରାଜ୍ୟ ସମବାୟ ନୀତି, ୨୦୨୫ ପ୍ରକାଶ ପାଇବାକୁ ଯାଉଛି । ଏହି କ୍ରମରେ ଏକ ଚିଠା ସମବାୟ ନୀତି ପ୍ରସ୍ତୁତ କରାଯାଇ ଜନସାଧାରଣଙ୍କ ସୁଚିନ୍ତିତ ମତାମତ/ ପ୍ରସ୍ତାବ ରଖିବାକୁ ସମବାୟ ବିଭାଗ ପକ୍ଷରୁ ନିବେଦନ କରାଯାଇଛି । ଚିଠା ନୀତି ସମବାୟ ବିଭାଗର website http://coop.odisha.gov.in ” ରେ ଉପଲବ୍ଧ ଅଛି । ଜନସାଧାରଣ, ସମବାୟବିତ୍, ବୁଦ୍ଧିଜୀବୀ ସେମାନଙ୍କ ମତାମତ/ପ୍ରସ୍ତାବ Email: coopsec.or@od.gov.in /cooperationodisha@gmail.com ରେ ପଠାଇ ପାରିବେ । ସୂଚନାଯୋଗ୍ୟ, କେନ୍ଦ୍ର ସମବାୟ ମନ୍ତ୍ରାଳୟ ପକ୍ଷରୁ ଚିଠା ସମବାୟ ନୀତି ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ପ୍ରସ୍ତାବ କ୍ରମେ ରାଜ୍ୟ ସମବାୟ ବିଭାଗ ଚିଠା ନୀତି ପ୍ରସ୍ତୁତ କରିଛି । ଏକ ସମୟୋପଯୋଗୀ, ବ୍ୟବହାରିକ ଓ ଉନ୍ନତ ସମବାୟ ନୀତି ପ୍ରସ୍ତୁତ କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ଜନ ସାଧାରଣଙ୍କ ସୁଚିନ୍ତିତ ମତାମତ/ପ୍ରସ୍ତାବ ଆହ୍ୱାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking