17.1 C
Bhubaneswar
Sunday, February 8, 2026
Homeଓଡିଶାଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ପାଳିତ

ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ପାଳିତ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପକ୍ଷରୁ ଆଜି ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି। ବିଶ୍ୱ ନାଟ୍ୟ ଦିବସ ଅବସରରେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, ସଂସ୍କୃତି ମନ୍ତ୍ରାଳୟ, ଭାରତ ସରକାର, କୋଲକାତାର ମିଳିତ ସହଯୋଗରେ ଆଜି ରବୀନ୍ଦ୍ର ମଣ୍ଡପ ଠାରେ ନାଟକ “ଉତ୍ତମ ପୁରୁଷ” ମଞ୍ଚସ୍ଥ ହୋଇଛି। ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀର ସଚିବ ଡ଼ଃ ଚନ୍ଦ୍ର ଶେଖର ହୋତା ଏବଂ ଅନ୍ୟାନ୍ୟ ବିଶିଷ୍ଟ ନାଟ୍ୟକାରମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଅନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ନାଟକ ହେଉଛି ଆମ ସମାଜରେ ଘଟୁଥିବା ବିଭିନ୍ନ ଘଟଣାବଳୀର ଏକ ନିଚ୍ଛକ ନିଦର୍ଶନ। ଏଥିସହ ନାଟକ ଆମ ସାମାଜିକ ଏବଂ ସାଂସ୍କୃତିକ ଜୀବନର ଏକ ଅବିଛେଦ୍ଯ ଅଂଶ ବୋଲି ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀର ସଚିବ ଡ଼ଃ ହୋତା ମତବ୍ୟକ୍ତ କରିଥିଲେ। ଆଜି ମଞ୍ଚସ୍ଥ ହୋଇଥିବା ନାଟକ “ଉତ୍ତମ ପୁରୁଷ” ସାମ୍ପ୍ରତିକ ସମୟର ଆଇନ ବ୍ୟବସ୍ଥା ଉପରେ ଆଧାରିତ ଥିଲା। ଏଥିସହ ନାଟକରେ କଳାକାରମାନଙ୍କ ଦ୍ୱାରା ଚିତ୍ରଣ କରାଯାଇଥିବା ପ୍ରତ୍ୟେକ ଚରିତ୍ର ଦର୍ଶକମାନଙ୍କର ମନ ଜିଣିବାରେ ବେଶ୍‌ ସଫଳ ହୋଇପାରିଥିଲା। ଦର୍ଶକମାନେ ନାଟକଟିକୁ ଖୁବ ଉପଭୋଗ କରିବା ସହିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପକ୍ଷରୁ ସମାଜିକ ବାର୍ତ୍ତା ବହନ କରୁଥିବା ଏହି ସୁନ୍ଦର ନାଟକ ପ୍ରସ୍ତୁତିର ଭୂୟସୀ ପ୍ରଶଂସା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking