21.1 C
Bhubaneswar
Friday, February 6, 2026
Homeଓଡିଶାଜଳ-ଜଙ୍ଗଲ-ଜମି ହକ ଲଢ଼େଇ ପାଇଁ ଓଡ଼ିଶାବାସୀ ପ୍ରସ୍ତୁତ ରୁହନ୍ତୁ

ଜଳ-ଜଙ୍ଗଲ-ଜମି ହକ ଲଢ଼େଇ ପାଇଁ ଓଡ଼ିଶାବାସୀ ପ୍ରସ୍ତୁତ ରୁହନ୍ତୁ

ଭୁବନେଶ୍ୱର: ଏ ଦେଶରେ ଜଳ-ଜଙ୍ଗଲ-ଜମି ପାଇଁ ବ୍ରିଟିଶ ବିରୁଦ୍ଧରେ ଲଢ଼ି ହଜାର ହଜାର ଆଦିବାସୀ ଶହୀଦ ହୋଇଛନ୍ତି । ସ୍ୱାଧୀନ ଭାରତରେ ପୁଣି ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମିକୁ ଲୁଟ କରୁଥିବା ଲୁଟେରା ପୁଞ୍ଜିପତି ଓ ବିଜେପିର ମିଳିତ ଶକ୍ତି ବିରୁଦ୍ଧରେ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ ପାଇଁ ଆଦିବାସୀମାନେ ପ୍ରସ୍ତୁତ ହେବା ଦରକାର ବୋଲି ଓଡ଼ିଶା ଆଦିବାସୀ କଂଗ୍ରେସର ରାଜ୍ୟସ୍ତରୀୟ ବୈଠକରେ ଯୋଗଦେଇ ଅଖିଲ ଭାରତ ଆଦିବାସୀ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିକ୍ରାନ୍ତ ଭୂରିଆ ଆହ୍ୱାନ ଦେଇଛନ୍ତି ।

ଓଡ଼ିଶା ଆଦିବାସୀ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ପୂର୍ବତନ ସାଂସଦ ଶ୍ରୀ ଯଶୋବନ୍ତ ନାରାୟଣ ଲାଗୁରିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯୋଗଦେଇ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ସାରା ଓଡ଼ିଶରେ ଶିଳ୍ପାୟନରେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଥିବା ଆଦିବାସୀ ମାନେ ଏକ ହୋଇ ବିସ୍ଥାପନ ବିରୁଦ୍ଧରେ ଲଢ଼େଇ କରିବାକୁ ବିଭିନ୍ନ ଜିଲ୍ଲାରୁ ଆସିଥିବା ଆଦିବାସୀ ଜନତାଙ୍କୁ ମନ୍ତ୍ର ଦେଇଥିଲେ । ଆଗାମୀ ଦିନରେ କଂଗ୍ରେସକୁ ଶକ୍ତଶାଳି କରି ଗଢ଼ି ତୋଳିବା ପାଇଁ ଆଦିବାସୀ କଂଗ୍ରେସ ତରଫରୁ ବିସ୍ଥାପନ ବିରୁଦ୍ଧରେ ଲଢ଼େଇ, ଉଚ୍ଚ ବୈଷୟିକ ଶିକ୍ଷାରେ ଆଦିବାସୀଙ୍କୁ ଆନୁପାତିକ ସଂରକ୍ଷଣ, ଆଦିବାସୀ କ୍ୟାଲେଣ୍ଡର ପ୍ରସ୍ତୁତ ଓ ଆଦିବାସୀ ମହା ମନିଷୀ ମାନଙ୍କର ସ୍ମୃତି ରକ୍ଷା, ନୂତନ ନେତୃତ୍ୱ ସୃଷ୍ଟି, ଜଙ୍ଗଲ ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବାପାଇଁ ନିଷ୍ପତ୍ତି କରାଗଲା । ଆଦିବାସୀ ହକ ପାଇଁ ବିଧାନସଭା ଭିତରେ ଓ ବାହାରେ ନିରନ୍ତର ସଂଗ୍ରାମ ଜାରି ରହିବ ବୋଲି ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ ମତବ୍ୟକ୍ତ କରିଥିଲେ ।

ଏହି ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ମନ୍ତ୍ରୀ ହଳଧର କାର୍ଜି, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ପୂର୍ବତନ ସାଂସଦ ସଂକୁନ୍ତଳା ଲାଗୁରୀ, ହେମା ଗମାଙ୍ଗ, ଜୟରାମ ପାଙ୍ଗୀ, ନକୁଳ ନାୟକ, ବିଧାୟକ ଦାଶରଥି ଗମାଙ୍ଗ, ରାଜ୍ୟ ଅନୁସୂଚିତ ଜାତି ଅଧ୍ୟକ୍ଷ ମାନସ ମଲ୍ଲିକ, ଆଦିବାସୀ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜିକା ହାରାବତୀ ଗଣ୍ଡ, ପଛୁଆବର୍ଗ ରାଷ୍ଟ୍ରୀୟ ସଂଯୋଜକ ରାଜକିଶୋର ବାରିକ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ, ଜନାର୍ଦ୍ଦନ ଦେହୁରୀ, ଜାକବ ପ୍ରଧାନ, ଲକ୍ଷ୍ମଣ ମାଝୀ, ପ୍ରହଲ୍ଲାଦ ପୂର୍ତ୍ତି, ପୂର୍ବତନ ପୋଲିସ ପ୍ରଶାସକ ଶ୍ୟାମସୁନ୍ଦର ହାଂସଦା, ଲକ୍ଷ୍ମୀଧର ସିଂ, ଅନିମା ମିଞ୍ଜ, ମୋହନ ହେମ୍ବ୍ରମ, ପ୍ରତିଭା ମଞ୍ଜରି ନାୟକ, ମୟୁରଭଞ୍ଜ ପଶ୍ଚିମ ଜିଲ୍ଲା ସଭାପତି ଭୂବନ ବିହାରୀ ସାହୁ, ଜବାମଣି ଟୁଡୁ, ଅମିତା ବିଶ୍ୱାଳ, ସ୍ୱର୍ଣ୍ଣଲତା ବାନରା, ଗେରୋଟି ଖେସ, ପ୍ରମୋଦ ହେମ୍ବ୍ରମ, କ୍ଷୀରୋଦ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking