25.1 C
Bhubaneswar
Sunday, December 14, 2025
Homeଓଡିଶାଓଡ଼ିଶାକୁ ମିଳିଛି ୩୮୮୧. ୭୯୬ କୋଟିର କୋଇଲା ରୟାଲଟି

ଓଡ଼ିଶାକୁ ମିଳିଛି ୩୮୮୧. ୭୯୬ କୋଟିର କୋଇଲା ରୟାଲଟି

ନୂଆଦିଲ୍ଲୀ:  ୨୦୧୨ ମେ’ ୧୦ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଦେଶର ସମସ୍ତ ରାଜ୍ୟ ପାଇଁ କୋଇଲା ଉପରେ ରୟାଲଟି ହାର କାରବାର ମୂଲ୍ୟର ୧୪% ଧାର୍ଯ୍ୟ କରାଯାଇଛି । ଏଥିରେ ପଶ୍ଚିମବଙ୍ଗ ରାଜ୍ୟକୁ ବାଦ୍ ଦିଆଯାଇଛି; ଯେଉଁଠାରେ ରୟାଲ୍ଟି ହାର କୋଇଲାର ଗ୍ରେଡ୍‌କୁ ଆଧାର କରି ପ୍ରତି ଟନ୍ ୭ରୁ ୨ ଟଙ୍କା ୫୦ ପଇସା ଧାର୍ଯ୍ୟ କରାଯାଇଛି । ଓଡ଼ିଶାକୁ ୨୦୨୩-୨୪ ଆର୍ôଥକ ରେ କୋଇଲା କାରବାର ମୂଲ୍ୟର ୧୪ ପ୍ରତିଶତ ଦରରେ ୩୮୮୧.୭୯୬ କୋଟି ଟଙ୍କା (ଅସ୍ଥାୟୀ) ମିଳିଛି, ଯାହାକି ବିଗତ ଦଶନ୍ଧିରେ କୋଇଲା ଉତ୍ପାଦନର ଅନୁରୂପ ଅଟେ ।
ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନର ଧାରା ୯(୩) ବ୍ୟବସ୍ଥା ରହିଛି ଯେ ସରକାରୀ ଗେଜେଟରେ ବିଜ୍ଞପ୍ତି ମାଧ୍ୟମରେ କେନ୍ଦ୍ର ସରକାର ଦ୍ୱିତୀୟ ଅନୁସୂଚୀରେ ସଂଶୋଧନ କରିପାରିବେ; ଯାହାଦ୍ୱାରା ବିଜ୍ଞପ୍ତିରେ ନିର୍ଦ୍ଦିଷ୍ଟ ତାରିଖରୁ କୌଣସି ଖଣିଜ ସମ୍ବନ୍ଧରେ ପ୍ରଦାନଯୋଗ୍ୟ ରୟାଲ୍ଟି ହାରକୁ ବୃଦ୍ଧି କିମ୍ବା ହ୍ରାସ କରାଯାଇପାରିବ । ଏହାବ୍ୟତୀତ କେନ୍ଦ୍ର ସରକାର ତିନି ବର୍ଷ ମଧ୍ୟରେ କୌଣସି ଖଣିଜ ପଦାର୍ଥ କ୍ଷେତ୍ରରେ ରୟାଲ୍ଟି ହାର ଗୋଟିଏ ଥରରୁ ଅଧିକ ବୃଦ୍ଧି କରିବେ ନାହିଁ ବୋଲି ବ୍ୟବସ୍ଥା କରାଯାଇଛି । କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking