13.1 C
Bhubaneswar
Monday, January 19, 2026
Homeଓଡିଶାଦିଲ୍ଲୀରେ ଧାରଣା ଦେଲା ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ

ଦିଲ୍ଲୀରେ ଧାରଣା ଦେଲା ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ

ଭୁବନେଶ୍ୱର: ଓଡ଼ିଆ ଏଏସଓ ଅଫିସରଙ୍କୁ ରାଜ୍ୟପାଳଙ୍କ ପୁଅ ଏବଂ ତାଙ୍କର ସହଯୋଗିମାନେ ମାଡ଼ମାରିବା ଘଟଣା ଆଜକୁ ପାଖାପାଖି ତିନିମାସ ବିତିଯାଇଥିଲେ ମଧ୍ୟ ଓଡ଼ିଆ ଅସ୍ମିତା ନାରା ଦେଇ ସରକାରକୁ ଆସିଥିବା ଭାରତୀୟ ଜନତାପାର୍ଟି ଚୁପ ବସିଛନ୍ତି। ବିଗତ ଦିନରେ ଯୁବ କଂଗ୍ରେସ ଏବଂ ଛାତ୍ର କଂଗ୍ରେସ ପକ୍ଷରୁ ଓଡ଼ିଶାର ରାଜଭବନ ସମ୍ମୁଖରେ ଏହି ପରିପ୍ରେକ୍ଷୀରେ ଧାରଣା ଦେବା ସହ ରାଜଭବନ ଘେରାଉ ମଧ୍ୟ କରାଯାଇଥିଲା। ତଥାପି ଏହି ଘଟଣାରେ ରାଜ୍ୟର ବିଜେପି ସରକାର ରାଜ୍ୟପାଳଙ୍କ ପୁଅ ଏବଂ ତାଙ୍କର ସହଯୋଗୀମାନଙ୍କ ଉପରେ କ’ଣ ପାଇଁ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି ଏହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? ଏହାର ପ୍ରତିବାଦରେ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଓଡ଼ିଶାର ରାଜ୍ୟପାଳଙ୍କୁ ତୁରନ୍ତ ପ୍ରତ୍ୟାହାର ଏବଂ ତାଙ୍କର ପୁଅ ଓ ସହଯୋଗୀମାନଙ୍କୁ ତୁରନ୍ତ ଗିରଫ ପ୍ରତିବାଦରେ ରାଜ୍ୟ ଯୁବ କଂଗ୍ରେସ ନେତା ରଣଜିତ ପାତ୍ରଙ୍କ ନେତୃତ୍ୱରେ ଦିଲ୍ଳୀ ସ୍ଥିତ ଜନ୍ତରମନ୍ତର ଠାରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଅଛି।

ଶ୍ରୀ ପାତ୍ର ତାଙ୍କ ବିବୃତିରେ କହିଛନ୍ତି ଯେ ଯଦି ରାଜ୍ୟପାଳଙ୍କୁ ତୁରନ୍ତ ଓଡ଼ିଶାରୁ ପ୍ରତ୍ୟାହାର ନକରାଯାଏ ଏବଂ ତାଙ୍କ ପୁଅ ଓ ସହଯୋଗୀମାନଙ୍କୁ ଗିରଫ ନକରାଯାଏ ତାହାଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ଦିଲ୍ଳୀ ଠାରୁ ପଲ୍ଳୀ ପର୍ଯ୍ୟନ୍ତ ଚାଲୁ ରହିବ। ଦିଲ୍ଳୀ ଠାରେ ଏହି ଧାରଣାରେ ଭୁବନେଶ୍ୱର ଲୋକସଭା ସାଂସଦପ୍ରାର୍ଥୀ ୟାସିର ନୱାଜ, ସୁଦୀପ ସାମଲ, ନିହାର ରନ ବେହେରା, ଅଜିତ ସିଂ, ଆଲୋକ ଦାସ, ମହମ୍ମଦ ଗୁଲଫାମ, ମୋହନ ନାୟକ, ରନ ଦାଶ, ସତ୍ୟବ୍ରତ ଦାସ, ସନ୍ଦୀପ ସାମନ୍ତରାୟ, ସୁକାନ୍ତ ପଟ୍ଟନାୟକ, ମଂଟି ଖରା, ଭି ଉମାକାନ୍ତ ସାହୁ, ବିରଂଚି ନାରାୟଣ ପତି, ସାହାରୁଖ ଖାନ, କେ ରମେଶ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking