14.1 C
Bhubaneswar
Wednesday, December 24, 2025
Homeଓଡିଶାଓଡ଼ିଶା ପୁଲିସ ୱାଟରସ୍ପୋର୍ଟସ ଦଳ ବିଭିନ୍ନ ପ୍ରତିଯୋଗିତା

ଓଡ଼ିଶା ପୁଲିସ ୱାଟରସ୍ପୋର୍ଟସ ଦଳ ବିଭିନ୍ନ ପ୍ରତିଯୋଗିତା

ଭୁବନେଶ୍ୱର : ମଧ୍ୟପ୍ରଦେଶର ଭୋପାଳଠାରେ ଅନୁଷ୍ଠିତ ହୋଇଥିବା ୨୪ତମ ସର୍ବଭାରତୀୟ ପୁଲିସ ଜଳକ୍ରୀଡ଼ା ଚାମ୍ପିୟନଶିପ୍ ୨୦୨୪-୨୫ରେ ଓଡ଼ିଶା ପୋଲିସକୁ ପ୍ରତିନିଧିତ୍ୱ କରିଥିବା ପ୍ରତିଯୋଗୀମାନେ ଅଭୁତପୁର୍ବ ସଫଳତା ହାସଲ କରିଛନ୍ତି।

ଗତ ଫେବୃଆରୀ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଭୋପାଳ ଠାରେ ଅନୁଷ୍ଠିତ ହୋଇଥିବା ଏହି ଚାମ୍ପିୟନଶିପ୍ ରେ ଓଡ଼ିଶା ପୁଲିସ ୱାଟରସ୍ପୋର୍ଟସ ଦଳ ବିଭିନ୍ନ ପ୍ରତିଯୋଗିତାରେ ୫ ସ୍ୱର୍ଣ୍ଣ ପଦକ, ୧ ରୌପ୍ୟ ପଦକ, ୪ କାଂସ୍ୟ ପଦକ ଜିତି ବିରଳ ସଫଳତା ହାସଲ କରିଛନ୍ତି।

ରାଜ୍ୟ ପୋଲିସର କ୍ରୀଡ଼ାବିତଙ୍କ ଏହି ବିରଳ ସଫଳତାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ପଦକ ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଖେଳାଳିଙ୍କ ଅସାଧାରଣ ପ୍ରତିବଦ୍ଧତା ଏବଂ କ୍ରୀଡ଼ା ଉତ୍କର୍ଷତା ପ୍ରତି ସେମାନଙ୍କ ଅବଦାନ ପାଇଁ ଭୁରି ଭୁରି ପ୍ରଶଂସା କରିଛନ୍ତି ।

ଏହି ବିଜୟ ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ ଜଳକ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ସହ ଭବିଷ୍ୟତରେ ନୂଆ ମାଇଲଖୁଣ୍ଟ ହାସଲ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଡିଜିପି ଆଶାବ୍ୟକ୍ତ କରିଛନ୍ତି।

(ରୋଇଂ ମହିଳା ବିଭାଗ ୨୦୦୦ ମିଟର ) ଦଳଗତ ପ୍ରତିଯୋଗିତାରେ ରିତୁ କଉଡି, ରିଚେଲ ଲାକ୍ରା, ସୋନାଲିକା ଦାସ, ରେଶମ ଲାକ୍ରା ସ୍ଵର୍ଣ୍ଣ ପଦକ ଲାଭ କରିଥିବାବେଳେ (ରୋଇଂ ମହିଳା ବିଭାଗ ୫୦୦ ମିଟର)ରେ ମଧ୍ୟ ଦଳ ଗତ କାଂସ୍ୟ ପଦକ ବିଜେତା ହୋଇଛନ୍ତି ।

ସେହିପରି ରୋଇଂ କୋକ୍ସଲେସ ଯୋଡି ୫୦୦ ମିଟର ପ୍ରତିଯୋଗିତାରେ ଦୀପିକା ଖେସ ଓ ଝରଣା ହସ୍ତୀ ସ୍ଵର୍ଣ୍ଣ ପଦକ ଲାଭ କରିଥିଲା ବେଳେ ଉଭୟେ ରୋଇଂ କୋକ୍ସଲେସ ଯୋଡି ୨୦୦୦ ମିଟରରେ କାଂସ୍ୟ ପଦକ ହାସଲ କରିଛନ୍ତି ।

ସେହିପରି (କାନୋଇଂ ସି – ୨ ୧୦୦୦ ମିଟର) ପ୍ରତିଯୋଗିତାରେ ସଚିମା କେରକେଟା ଓ ରଶ୍ମିତା ସାହୁ ସ୍ଵର୍ଣ୍ଣ ପଦକ ଲାଭ କରିଥିଲା ବେଳେ ଉଭୟେ (କାନୋଇଂ ସି – ୨ ୨୦୦) ମିଟରରେ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି ।

ଏହା ବ୍ୟତୀତ (କାନୋଇଂ ସି – ୧ ୨୦୦ ମିଟର ଏବଂ ୧୦୦୦ ମିଟର ପ୍ରତିଯୋଗିତାରେ ରଶ୍ମିତା ସାହୁ 2 ଟି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ।

ଏହା ସହ କ୍ୟାନୋଇଂ ସି-୧ (୫୦୦ ମିଟର) ରେ ସଚିମା କେରକେଟା ଓ ସି -2( 500 ମିଟର) ବିଭାଗରେ ରଶ୍ମିତା ସାହୁ ଏବଂ ମଧୁସ୍ମିତା ନାୟକ ବ୍ରୋଞ୍ଜ ପଦକ ବିଜୟୀ ହୋଇ ଓଡିଶା ପୋଲିସ ପାଇଁ ଗୌରବ ଆଣିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking