14.1 C
Bhubaneswar
Friday, December 19, 2025
Homeଓଡିଶାବିଶ୍ୱ କ୍ରୀଡା ମଞ୍ଚରେ ଓଡ଼ିଶା ପୋଲିସ କ୍ରୀଡ଼ାବିତଙ୍କ ସଫଳତା

ବିଶ୍ୱ କ୍ରୀଡା ମଞ୍ଚରେ ଓଡ଼ିଶା ପୋଲିସ କ୍ରୀଡ଼ାବିତଙ୍କ ସଫଳତା

ଯୁକ୍ତରାଷ୍ଟ୍ର ଆମେରିକାର ବିର୍ମିଂହାମରେ ଅନୁଷ୍ଠିତ ହୋଇଥିବା ପ୍ରତିଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ଓଡ଼ିଶା ପୋଲିସର କ୍ରୀଡାବିତମାନେ ନିରନ୍ତର ଭାବେ ସଫଳତା ହାସଲ କରି ଚାଲିଛନ୍ତି। ଏହି କ୍ରମରେ ଆଜି ୨ ଜଣ ଯୁବ କ୍ରୀଡାବିତ କରାଟେରେ ଶ୍ରୀ ରିତେଶ ରାୟ ସ୍ୱର୍ଣ୍ଣ ପଦକ ଏବଂ ଶ୍ରୀ ଅଭିଷେକ ପଟ୍ଟନାୟକ ବ୍ରୋଞ୍ଚ ପଦକ ବିଜୟୀ ହୋଇ ଓଡିଶା ପୋଲିସକୁ ଗୌରବାନ୍ଵିତ କରିଛନ୍ତି। ଓଡିଶା ପୋଲିସର କ୍ରୀଡ଼ାବିତମାନେ ଗତ ତିନି ଦିନ ମଧ୍ୟରେ 6 ଟି ସ୍ଵର୍ଣ ପଦକ, ଗୋଟିଏ ରୌପ୍ୟ ପଦକ ଓ ଗୋଟିଏ ବ୍ରୋଞ୍ଚ ପଦକ ବିଜୟୀ ହୋଇ ଐତିହାସିକ ସଫଳତା ଲାଭ କରିଛନ୍ତି।

କନଷ୍ଟେବଳ ଶ୍ରୀ ରିତେଶ ରାୟ କରାଟେ (୮୪ କେଜି) ବର୍ଗରେ ସ୍ୱର୍ଣ୍ଣ ପଦକ ଏବଂ କନଷ୍ଟେବଳ ଶ୍ରୀ ଅଭିଷେକ ପଟ୍ଟନାୟକ କରାଟେ (ପୁରୁଷ) ବର୍ଗରେ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି ।  ଉଭୟଙ୍କ ଏହି ସଫଳତାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କ୍ରୀଡ଼ାବିତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଉଭୟ ରିତେଶ ଓ ଅଭିଷେକ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଅସାଧାରଣ କ୍ରୀଡା କୌଶଳ ପ୍ରଦର୍ଶନ କରିବା ସହ ଓଡ଼ିଶା ପୋଲିସର ସୁନାମ ବଢ଼ାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ପ୍ରତି ଦୁଇ ବର୍ଷରେ ଅନୁଷ୍ଠିତ ହୋଇଥାଏ । ଯେଉଁଥିରେ ପୋଲିସ, ଅଗ୍ନିଶମ ଏବଂ ବିଶ୍ୱର ଅନ୍ୟାନ୍ୟ ସାର୍ବଜନୀନ ସୁରକ୍ଷା ସଂସ୍ଥାର ହଜାର ହଜାର ଖେଳାଳି ଅଂଶଗ୍ରହଣ କରିଥାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking