29.1 C
Bhubaneswar
Thursday, April 24, 2025
Homeଓଡିଶାଓଡ଼ିଶା ଯାତ୍ରୀ ସମୀକ୍ଷା: ଜନତାଙ୍କ ପାଇଁ ଜନପରିବହନ ସେବାକୁ ପ୍ରାଧାନ୍ୟ

ଓଡ଼ିଶା ଯାତ୍ରୀ ସମୀକ୍ଷା: ଜନତାଙ୍କ ପାଇଁ ଜନପରିବହନ ସେବାକୁ ପ୍ରାଧାନ୍ୟ

ଭୁବନେଶ୍ୱର: ଜନସାଧାରଣଙ୍କ ସହରାଞ୍ଚଳ ପରିବହନ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ନିକଟରେ ଓଡ଼ିଶା ସରକାରଙ୍କ ଦ୍ୱାରା ‘ଓଡ଼ିଶା ଯାତ୍ରୀ’ ରାଇଡ଼୍ ବୁକିଂ ଆପ୍ ସେବାର ଶୁଭାରମ୍ଭ ହୋଇଥିଲା । ଶୁକ୍ରବାର ଏହାର ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଯାତ୍ରୀ ପ୍ରଗତିର ମୂଲ୍ୟାଙ୍କନ ହୋଇଛି । ଜନସାଧାରଣଙ୍କ ଯାତାୟତ ସମସ୍ୟାର ସମାଧାନ ଦିଗରେ ବିକାଶ ଆଣିବା ପାଇଁ ଏହି ନାଗରିକ କୈନ୍ଦ୍ରିକ ଆପ୍‌ର ଶୁଭାରମ୍ଭ ହୋଇଥିଲା । ଏହି ଆପ୍‌ର ପ୍ରମୁଖ ଆକର୍ଷଣ ହେଉଛି ଏକ ଶୂନ କମିଶନକୁ ପ୍ରାଧାନ୍ୟ ଦେବା ସହିତ ଉଭୟ କ୍ୟାବ୍ ଏବଂ ଅଟୋ ଡ୍ରାଇଭରଙ୍କ ରୋଜଗାରକୁ ସଶକ୍ତ କରିବ । ଡ଼୍ରାଇଭର୍‌ମାନେ ଏହି ଆପ୍ ମାଧ୍ୟମରେ ଓପେନ୍ ନେଟ୍‌ୱର୍କ ଡିଜିଟାଲ କମର୍ସ(ଓଏନ୍‌ଡ଼ିସି) ପଦ୍ଧତିର ଲାଭ ଉଠାଇ ଡିଜିଟାଲ ମଧ୍ୟମରେ ରୋଜଗାର କରିବାର ସୁଯୋଗ ପାଇଛନ୍ତି । ଏହା ଉଭୟ ଯାତ୍ରୀ ଓ ଚାଳକଙ୍କ ଉତ୍କୃଷ୍ଟ ଯାତ୍ରା ଅଭିଜ୍ଞତା ପ୍ରଦାନ କରିଆସୁଛି । ଡ଼ିଜିଟାଲ୍ ମାଧ୍ୟମରୁ ବଞ୍ଚିତ ରହୁଥିବା ଜନସାଧାରଣଙ୍କ ନିମନ୍ତେ ରାଜ୍ୟ ସରକାର ଜନଗହଳି ସ୍ଥାନମାନଙ୍କରେ ଓଡ଼ିଶାଯାତ୍ରୀ ଟିକେଟ୍ ବୁକିଂ କିଓସ୍କ ବା ବୁଥ୍ ତିଆରି ହେବ । ଏହାଦ୍ୱାରା ସାଧାରଣ ଯାତ୍ରୀଟିଏ ମଧ୍ୟ ବୁଥ୍ ମାଧ୍ୟମରେ ରାଇଡ଼୍ ବୁକିଂ କରିପାରିବେ । ଏହା ନିଶ୍ଚିତ କରିବ ଯେ, ଯେଭଳି କୈାଣସି ଜନସାଧାରଣ ଡ଼ିଜିଟାଲ ଯୁଗରେ ଏହି ସେବାରେ ବଞ୍ଚିତ ନହେବେ ।

ସମୀକ୍ଷା ବୈଠକରେ ଓଡ଼ିଶା ଯାତ୍ରୀକୁ ଆଗାମୀ ଦିନରେ ଏକ ସୁପର୍ ଆପ୍ ବନାଇବା ଦିଗରେ ଆଲୋଚନା ହୋଇଥିଲା । ଯାହାକି ପରବର୍ତ୍ତି ସମୟରେ ଆମ ବସ୍ ଆପ୍ ଏବଂ ଓଟିଡ଼ିସି ପର୍ଯ୍ୟଟନ ଟିକେଟିଂ ପ୍ଲାଟ୍‌ଫର୍ମ ମାଧ୍ୟମରେ ଜନସାଧାରଣ ଏବଂ ପର୍ଯ୍ୟଟକ ସେମାନଙ୍କର ରାଇଡ଼୍ ବୁକ୍ କରିପାରିବେ । ଏହି ଗୋଟିଏ ଆପ୍ ମାଧ୍ୟମରେ ସାଧାରଣ ଯାତ୍ରୀଟିଏ ତା’ର ରାଇଡ଼୍ ବୁକ୍ କରିବା ପାଇଁ ସ୍ଥାନୀୟ ବସ୍ ଏବଂ ପର୍ଯ୍ୟଟକମାନେ ସ୍ଥାନୀୟ ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରିବାର ସୁଯୋଗ ନେବେ । ଏହି ରାଇଡ଼୍ ସେବା ଆପ୍ ଆଗାମୀ ଦିନରେ ରାଜ୍ୟବ୍ୟାପି କାର୍ଯ୍ୟକ୍ଷମ ହେବ । ରାଜ୍ୟର ପ୍ରତିଟି ସହରରେ ଏହାର ସୁବିଧା ପାଇପାରିବେ ଜନସାଧାରଣ ।

ଯାତ୍ରୀଙ୍କ ବିଶ୍ୱାସଭାଜନ ଏବଂ ଓଡ଼ିଶା ଯାତ୍ରୀର ଅନନ୍ୟ ମୂଲ୍ୟବୋଧକୁ ପ୍ରଦର୍ଶିତ କରିବା ନିମନ୍ତେ ଏହା ଉପରେ ଅଧିକ ସଚେତନତାମୂଳକ କାର୍ଯ୍ୟ ଏବଂ ବିଭିନ୍ନ ସହରର ଚାଳକମାନଙ୍କୁ ଏଥିରେ ଯୋଗ ଦେବା ନିମନ୍ତେ ଅଧିକ ଦୃଷ୍ଟି ଦିଆଯିବ । ଏହାର ଅନ୍ତର୍ଭୁକ୍ତିମୂଳକ ଆଭିମୁଖ୍ୟ, ଭବିଷ୍ୟତମୂଖୀ ବୈଶିଷ୍ଟ ଏବଂ ଦୃଢ଼ ସାର୍ବଜନୀନ ମାଲିମାନା ସହିତ ଓଡ଼ିଶା ଯାତ୍ରୀ ଭାରତର ସହରାଞ୍ଚଳ ଗତିଶୀଳତା ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରୁଛି । ଏହା କେବଳ ଆପ୍ ଭାବରେ ନୁହେଁ ବରଂ ବିକଶିତ ଓଡ଼ିଶା ଭିଜନ୍‌ର ଏକ ମୁଖ୍ୟ ଅଂଶ । ଯାହାକି ଡ଼ିଜିଟାଲ୍ ଭାବରେ ସଶକ୍ତ, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ପରିବେଶକୁ ମଧ୍ୟ ଧ୍ୟାନ ଦିଆଯାଉଛି । ଖାରବେଳ ଭବନରେ ଅନୁଷ୍ଠିତ ଏହି ବୈଠକରେ ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, ବିଏମ୍‌ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ୍‌, କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଏନ୍ ତିରୁମାଲା ନାୟକ, ପରିବହନ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ତପନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking