ନୂଆଦିଲ୍ଲୀ: କନ୍ଧମାଳ ଏନ୍କାଉଣ୍ଟରକୁ ବଡ ସଫଳତା କହିଲେ ଗୃହ ମନ୍ତ୍ରୀ ଅମିତ ଶାହ। ମନ୍ତ୍ରୀ କହିଛନ୍ତି ଯେ ନକ୍ସଲମୁକ୍ତ ଭାରତ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ସମେତ ୬ ନକ୍ସଲ ନିହତ ହୋଇଛନ୍ତି। ଓଡିଶା ନକ୍ସଲବାଦରୁ ସମ୍ପୂର୍ଣ୍ଣ ମୁକ୍ତ ହେବାର ଦ୍ୱାରଦେଶରେ ଠିଆ ହୋଇଛି। ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ନକ୍ସଲବାଦକୁ ଦୂର କରିବାକୁ ସଙ୍କଳ୍ପବଦ୍ଧ।
A significant milestone towards Naxal-free Bharat.
In a major operation in Kandhmal, Odisha, 6 Naxalites, including Central Committee Member Ganesh Uike, have been neutralized so far.
With this major breakthrough, Odisha stands at the threshold of becoming completely free from…
— गृहमंत्री कार्यालय, HMO India (@HMOIndia) December 25, 2025
ଅନ୍ୟପଟେ, ପୋଲିସ ଡିଜି ୱାଇ. ବି ଖୁରାନିଆ । ସେ କହିଛନ୍ତି ଯେ ଗଣେଶ ନିହତ ପରେ ଓଡିଶାରେ ମାଓବାଦୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ଗଣେଶ ସମେତ ୪ ନକ୍ସଲ ନିହତ ହୋଇଛନ୍ତି, ଏହା ଏକ ବଡ ସଫଳତା । ସର୍ଚ୍ଚ ଅପରେସନ ଜାରି ରହିଛି, ଅପରେସନ ଏବେ ବି ଚାଲିଛି । କାଲି ୨ ମାଓବାଦୀ ନିହତ ହୋଇଥିଲେ, ସେମାନଙ୍କ ମୁଣ୍ଡ ଉପରେ ଥିଲା ୨୩ ଲକ୍ଷ ଟଙ୍କା । ୨୩ ତାରିଖରେ ମାଲକାନଗିରିରେ ୨୨ ମାଓବାଦୀ ଆତ୍ମସମର୍ପଣ କରିଥିଲେ । ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀଙ୍କ ମୂଳପୋଛ ଆମ ଲକ୍ଷ । ମାଓବାଦୀଙ୍କ ଆତ୍ମସମର୍ପଣ ପାଇଁ ଆମ ରାଜ୍ୟର ପଲିସି ସବୁଠୁ ଶ୍ରେଷ୍ଠ । ତେଣୁ ମାଓବାଦୀ ହିଂସାପଥ ଛାଡି ମୁଖ୍ୟସ୍ରୋତରେ ସାମିଲ୍ ହୁଅନ୍ତୁ ।










