27.1 C
Bhubaneswar
Tuesday, March 31, 2026
Homeଓଡିଶାସବୁଜ ହାଇଡ୍ରୋଜେନ୍ ନୀତି ଏବଂ ନବୀକରଣୀୟ ଶକ୍ତି ରୋଡମ୍ୟାପ୍ ସହିତ ନିରନ୍ତର ଭବିଷ୍ୟତ ଆଡକୁ ଗତିକରୁଛି...

ସବୁଜ ହାଇଡ୍ରୋଜେନ୍ ନୀତି ଏବଂ ନବୀକରଣୀୟ ଶକ୍ତି ରୋଡମ୍ୟାପ୍ ସହିତ ନିରନ୍ତର ଭବିଷ୍ୟତ ଆଡକୁ ଗତିକରୁଛି ଓଡ଼ିଶା

ଭୁବନେଶ୍ୱର: ସ୍ଥାୟୀ ଶକ୍ତି ସମାଧାନ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି । ସ୍ଥାୟୀ ଶକ୍ତି ସମାଧାନ ପାଇଁ ଭାରତର ଅନ୍ୱେଷଣକୁ ସମର୍ଥନ ଦେଇ ଓଡ଼ିଶା ସବୁଜ ହାଇଡ୍ରୋଜେନ୍ ନୀତି ଘୋଷଣା କରିଥିବା ପ୍ରଥମ ରାଜ୍ୟ ହୋଇପାରିଛି । ଭାରତୀୟ ଶିଳ୍ପ ମହାସଂଘ (CII) ସହିତ ସମନ୍ୱୟ ରଖି ଶିଳ୍ପ କ୍ଷେତ୍ରରେ ଡିକାର୍ବନାଇଜେସନ୍ ଭଳି ଐତିହାସିକ ପଦକ୍ଷେପ ରାଜ୍ୟର ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି । ଏହି କ୍ରମରେ ଆଜି ମାନ୍ୟବର ଉପମୁଖ୍ୟମନ୍ତ୍ରୀ, କୃଷି ଏବଂ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଭାରତୀୟ ଶିଳ୍ପ ମହାସଂଘର ସଦସ୍ୟ ଏବଂ ନବୀକରଣୀୟ ଶକ୍ତିର ଅନ୍ୟାନ୍ୟ ସଂସ୍ଥାମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ ଏହି ନୀତି ନବୀକରଣୀୟ ଶକ୍ତି (RE) ରେ ଗୁରୁତ୍ୱପୂର୍ଣ୍ଣ ନିବେଶକୁ ପ୍ରୋତ୍ସାହନ ଦେବ । ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ ଉପରେ ଗୁରୁତ୍ଵ ଦେବା ସହ ଏହି ନୀତି ଓଡ଼ିଶାକୁ ସ୍ୱଚ୍ଛ ଶକ୍ତି ନବସୃଜନର କେନ୍ଦ୍ରର ମାନ୍ୟତା ଦେବ । ଓଡ଼ିଶା ବିପର୍ଯ୍ୟୟ-ପ୍ରତିରୋଧୀ ଭିତ୍ତିଭୂମି, ବଣ୍ଟନ କ୍ଷେତ୍ର ସଂସ୍କାର ସହିତ ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ (BESS) ସହିତ ସମନ୍ୱିତ ଭାସମାନ ସୌର ଏବଂ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ (PSP) ଭଳି ପ୍ରକଳ୍ପରେ ନିବେଶ ଉପରେ ଅଧିକ ଗୁରୁତ୍ଵ ଦେଉଛି। ଭାରତୀୟ ଶିଳ୍ପ ମହାସଂଘ, ନବୀକରଣୀୟ ଶକ୍ତି କ୍ଷେତ୍ରରେ ଓଡ଼ିଶାର ପ୍ରୟାସକୁ ପ୍ରଶଂସା କରିଛି। ରାଜ୍ୟର ନବୀକରଣୀୟ ଶକ୍ତି ନୀତି ୨୦୨୨ କାରଖାନାରୁ ନିର୍ଗତ ଗ୍ଯାସ ହ୍ରାସ କରିବ ବୋଲି ମହାସଂଘ ଆଶା ପ୍ରକାଶ କରିଛି । ବୈଠକରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ସିଏମଡି, ଓପିଟିସିଏଲ, ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ଶକ୍ତି ବିଭାଗ, ଓପିଟିସିଏଲ, ଗ୍ରୀଡ଼କୋ, ଟିପିସିଓଡ଼ିଏଲ , ଭାରତୀୟ ଶିଳ୍ପ ମହାସଂଘ ଇତ୍ୟାଦିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking