33.1 C
Bhubaneswar
Tuesday, March 31, 2026
Homeଓଡିଶାଓଡିଶା ମାଓ ମୁକ୍ତ ହୋଇଛି: ସଞ୍ଜୀବ ପଣ୍ଡା

ଓଡିଶା ମାଓ ମୁକ୍ତ ହୋଇଛି: ସଞ୍ଜୀବ ପଣ୍ଡା

ମାଓ ଦମନ ନେଇ ଟାର୍ଗେଟରେ ସଫଳ ହୋଇଚୁ କହିଲେ ଏଡିଜି ସଞ୍ଜୀବ ପଣ୍ଡା । ଓଡିଶାକୁ ଆଉ ମାଓ ବିପଦ ନାହିଁ କହିଲେ ଆଣ୍ଟି ନକ୍ସଲ ଅପରେସନ ଏଡିଜି । ୧୫୬ ମାଓବାଦୀଙ୍କୁ ନିପାତ ଓ ଆତ୍ମ ସମର୍ପଣ କରାଇବାରେ ସଫଳ ହୋଇଛୁ । ୨୭ ଜଣ ମାଓବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛୁ । ୯ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି କହିିଛନ୍ତି ସଞ୍ଜୀବ ପଣ୍ଡା । ୭୮ ଜଣ ମାଓବାଦୀ ଓଡିଶାରେ ଆତ୍ମସମର୍ପଣ କରିଛନ୍ତି । ଆଉ ୪୨ ଜଣ ମାଓବାଦୀ ଛତିଶଗଡରେ ଆତ୍ମସମର୍ପଣ କରିଛନ୍ତି । ୨୦୨୫ରେ ଓଡିଶାର ୯ଟି ଜିଲ୍ଲା ଓ ମାଓ ପ୍ରଭାବିତ ଥିଲା । ଏଥିରୁ ୮ଟି ଜିଲ୍ଲା ସମ୍ପୁର୍ଣ୍ଣ ଭାବେ ମାଓ ମୁକ୍ତ ହୋଇ ସାରିଛି । ମାଓ ଅପରେସନରେ ୨୩୯ ଜଣ ଯବାନ ସହିଦ ହୋଇଛନ୍ତି । ୩୫୯ ଜଣ ସାଧାରଣ ନାଗରିକଙ୍କୁ ମାଓବାଦୀ ହତ୍ୟା କରିଛନ୍ତି । ଆଜି ଆତ୍ମସମର୍ପଣ ନେଇ ଥିବା ସମୟସୀମା ଶେଷ ହୋଇଛି । କାଲିଠୁ ଆଉ ଆତ୍ମସମର୍ପଣ ସୁଯୋଗ ମିଳିବ ନାହିଁ । ଯେଉଁ ହାତଗଣତି କେତେ ଜଣ ରହିଛନ୍ତି, ସେମାନଙ୍କୁ ନିପାତ କରିବୁ । ସେମାନେ ଓଡିଶାରେ ମାଓ ରିକ୍ରୁଟ କରିବାରେ ସଫଳ ହୋଇ ନାହାନ୍ତି । ଆଗାମୀ ଦୁଇ ବର୍ଷ ଯାଏଁ ମଧ୍ୟ ମାଓ ଅପରେସନ ଜାରି ରହିବ । ଯେଭଳି ପୁନଃସଂଗଠିତ ନ ହୁଅନ୍ତି ତାହାକୁ ଗୁରୁତ୍ୱ ଦେଉଛୁ । ସେଣ୍ଟ୍ରାଲ କମିଟି ସଦସ୍ୟ ଗଣେଶ ୱିକେଙ୍କ ନିପାତ ଟଣ୍ଣିଂ ପଏଣ୍ଟ ଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking