ଭୁବନେଶ୍ୱର : ଓଡିଶା ଏବଂ ଓଡିଶାବାସୀଙ୍କୁ ଭୂୟସୀ ପ୍ରଶଂସା କଲେ ମୋଦି । ନିକଟରେ ଓଡିଶାବାସୀ ସଫଳତାର ସହ ବାଲିଯାତ୍ରା କରିଛନ୍ତି । ଦେଢଶହ ବର୍ଷ ହେଲା ଦେଶରେ ଡିଜିପି ସମ୍ମିଳନୀ ହେଉଛି । ମାତ୍ର ଓଡିଶାରେ ପ୍ରଥମ ଥର ପାଇଁ ଡିଜିପି ସମ୍ମିଳନୀ ହେଉଛି । ଡିସେମ୍ବର ୪ରେ ନୌସେନା ଦିବସ ବି ଓଡିଶାରେ ପାଳନ ହେବ । ଜାନୁଆରୀରେ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ପାଳନ ହେବ । ସାରା ବିଶ୍ୱରୁ ଲୋକେ ଭୁବନେଶ୍ୱର ଆସିବେ । ଏହାର ଅର୍ଥ ପୂରା ଓଡିଶା ବୈଶ୍ୱିକ ନଜରକୁ ଆସିବ କହିଛନ୍ତି ମୋଦି । ଏମାନେ ଫେରିଲେ ଓଡିଶାର ପ୍ରଚାର ପ୍ରସାର ବିଶ୍ୱରରେ ହେବ । ବିଶ୍ୱବ୍ୟାପୀ ଲୋକ ଆସିବେ । ଓଡିଶାର ପୟ୍ୟଟନ ଶିଳ୍ପ ବଢିବ । ଏସବୁ ଅସେୟାଜନ ଅଧିକାର ଓଡିଶାକୁ ମିଳିଛି । ଆମେ ସମସ୍ତେ ମିଶି ଓଡିଶାର ଗୌରବ ବଢାିବା । ଓଡିଶାରେ ଷ୍ଟାର୍ଟ ଅପ ଇକୋ ସିଷ୍ଟମ ପାଇଁ ବିଜେପି ଲକ୍ଷ୍ୟ ରଖିଛି । ଆହୁରି କହିଛନ୍ତି ଉତ୍କର୍ଷ ଉତ୍କଳ ଅଭିଯାନ ପାଇଁ ଆମେ କାମ କରୁଛୁ । ବିଜେପି ସରକାର ଆସିଲା ପରେ ନୂଆ ଶିକ୍ଷାନୀତି ଲାଗୁ ହୋଇଛି । ସବୁ ଘରକୁ ପାଣି ପହଞ୍ଚାଇବା ପାଇଁ ମିଶନ ମୋଡରେ କାମ କରୁଛୁ । ଏହାସହିତ ଆହୁରି କହିଛନ୍ତି, ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ଜନତାଙ୍କ ସହ ଯୋଡି ହୋଇଛନ୍ତି । ଜନତାଙ୍କ ସହ ଯୋଡି ହେବା ବିଜେପିର ନୀତି ଆଦର୍ଶ । ମା ସୁଭଦ୍ରାଙ୍କ ଆଶୀର୍ୱାଦ ନେଇ ସୁଭଦ୍ରା ଯୋଜନା ଲାଗୁ କରିଛୁ । ଦ୍ରୌପଦୀ ମୁର୍ମୁ ରଷ୍ଟ୍ରପତି ହୋଇ ଜନଜାତିଙ୍କ ଗୌରବ ବଢାିଛନ୍ତି । ମୋଦିଙ୍କ ଗ୍ୟାରେଣ୍ଟି ମାନେ , ଗ୍ୟାରେଣ୍ଟି ପୂରଣ କରାଯିବାର ଗ୍ୟାରେଣ୍ଟି । ଓଡିଶାର ୧୩ ଆଦିବାସୀ ସଂପ୍ରଦାୟଙ୍କୁ ପିଏମ ଜମମନ ସୁବିଧା ମିଳୁଛି । ଏହା ଆମ ଗ୍ୟାରେଣ୍ଟି ଥିଲା ।ମେ ପୂରଣ କରିଛୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।