ଭୁବନେଶ୍ୱର: ଓଡ଼ିଶା ନିର୍ମାଣ ଏମଏସଏମଇ ସମିଟ । ଏହି କାଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ସାମିଲ ଅଛନ୍ତି । ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ବକ୍ତବ୍ୟ ରଖି କହିଛନ୍ତି, ପୋସ୍କୋ ଓଡିଶାରୁ ଫେରି ଯାଇଥିଲା । ଏବେ ପୁଣି ଆସିଛି । ନିୟୁ ଏଜ ଇଣ୍ଡଷ୍ଟ୍ରି ଆଗକୁ ପ୍ରତିଷ୍ଠା ହେବ । ଆଗକୁ ବଢିବାକୁ ସରକାରଙ୍କ ତରଫରୁ ସହେଯାଗ ମିଳୁଛି । ନିବେଶକଙ୍କ ପାଇଁ ଏବେ ଓଡିଶା ପ୍ରଥମ ପସନ୍ଦ । ୫ ଲକ୍ଷ ଏମଏସଏମଇ ତାଲିକାଭୁକ୍ତ ଅଛନ୍ତି । ଓଡିଶାରେ ସମ୍ଭାବନା ଅଛି ଆଗକୁ ନେଇ ହେବ । ପ୍ରତି ଜିଲ୍ଲାରେ ଏମଏସଏମଇର ପାର୍କ ପ୍ରତିଷ୍ଠା ହେବ । ଏମଏସଏମଇକୁ ପ୍ରତ୍ସାହନ ପାଇଁ ନୂଆ ଯୋଜନା ହେଉଛି । ଓଡିଶାର ଯୁବକ ଉଦ୍ୟୋଗୀ ହୋଇ ବାହାରିବା ଭଲ । ସରକାରଙ୍କ ସୁଯୋଗରୁ ସମସ୍ତେ ଲାଭ ନେବା ଉଚିତ । ଓଡିଶା ଯୁବକ ଏଥିରୁ ଲାଭ ଉଠାଇବା ଜରୁରୀ । ସରକାରୀ ସମସ୍ତ ପ୍ରକାର ସହେଯାଗ କରିବାକୁ ପ୍ରସ୍ତୁତ ।










