20.1 C
Bhubaneswar
Saturday, February 21, 2026
Homeଓଡିଶାସୁବର୍ଣ୍ଣ ଯୁଗ ଆଡକୁ ବଢୁଛି ଓଡିଶା: ମୁଖ୍ୟମନ୍ତ୍ରୀ

ସୁବର୍ଣ୍ଣ ଯୁଗ ଆଡକୁ ବଢୁଛି ଓଡିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଜେଟ ଉପସ୍ଥାପନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ୍ସରେ ସୂଚନା ଦେଇ କହିଛନ୍ତି, ଓଡିଶା ବିକାଶର ଏକ ସୁବର୍ଣ୍ଣ ଯୁଗ ଆଡକୁ ଆତ୍ମବିଶ୍ୱାସର ସହ ବଢୁଛି । ଅର୍ଥନୈତିକ ସର୍ଭେ ରିପୋର୍ଟରୁ ମୁଣ୍ଡ ପିଛା ଆୟ ବୃଦ୍ଧି ଏପରି ସନ୍ଦେଶ ଦେଉଛି । ଆହୁରି ପୋଷ୍ଟ କରି କହିଛନ୍ତି ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣା ଏବଂ ଆପଣମାନଙ୍କ ଅକୁଣ୍ଠ ଭରସାକୁ ପାଥେୟ କରି ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆମେ ଦୃଢ଼ ପଦକ୍ଷେପ ନେଉଛୁ। ଆଜି ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେବାକୁ ଯାଉଥିବା ‘ଓଡ଼ିଶା ବଜେଟ୍ ୨୦୨୬-୨୭’ କେବଳ ଏକ ଆର୍ଥିକ ଦସ୍ତାବିଜ ନୁହେଁ, ବରଂ ଏହା ରାଜ୍ୟର ପ୍ରତିଟି ଶ୍ରେଣୀର ଆଶା ଓ ଆକାଂକ୍ଷାର ପ୍ରତିଫଳନ। ଆମର ଲକ୍ଷ୍ୟ ସ୍ପଷ୍ଟ – ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ବିକାଶର ସୁଫଳ ପହଞ୍ଚାଇବା। ଅନ୍ନଦାତାଙ୍କ ସମୃଦ୍ଧି, ନାରୀଶକ୍ତିଙ୍କ ସଶକ୍ତିକରଣ ଏବଂ ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରି ‘ଅନ୍ତ୍ୟୋଦୟ’ର ସ୍ୱପ୍ନକୁ ସାକାର କରିବା ପାଇଁ ଏହି ବଜେଟ୍ ସଂକଳ୍ପବଦ୍ଧ। ଆସନ୍ତୁ, ଏକ ସମୃଦ୍ଧ ଓ ସ୍ୱାଭିମାନୀ ଓଡ଼ିଶା ଗଠନର ଏହି ମହାଯଜ୍ଞରେ ଆମେ ସମସ୍ତେ ସହଭାଗୀ ହେବା।

ଆଜି ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଓଡ଼ିଶା ଅର୍ଥନୀତି ଦ୍ରୁତ ବେଗରେ ଆଗକୁ ବଢ଼ୁଛି। ଗତ ଦୁଇ ଦଶନ୍ଧିରେ ୧୦ ଗୁଣା ବଢ଼ି ୧୦ ଲକ୍ଷ କୋଟି ନିକଟତର ହୋଇଛି। ୨୦୦୫-୦୬ରେ ରାଜ୍ୟ ଅର୍ଥନୀତିର ଆକାର ୦.୯୫ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୫-୨୬ରେ ଏହା ୯.୮୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking