32.1 C
Bhubaneswar
Wednesday, September 18, 2024
Homeଓଡିଶାନିଶା ନିବାରଣ ଦିଗରେ ଆଗକୁ ବଢିବାକୁ ବିଚାର କରୁଛି ଓଡିଶା

ନିଶା ନିବାରଣ ଦିଗରେ ଆଗକୁ ବଢିବାକୁ ବିଚାର କରୁଛି ଓଡିଶା

ଭୁବନେଶ୍ୱର: ଓଡିଶାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ଏକ ଆଦର୍ଶବାଦୀ ପରିକଳ୍ପନାଏବଂ ସେ ଦିଗରେ ଓଡିଶା ଆଗକୁ ଅଗ୍ରସର ହେବାକୁ ସରକାର ବିଚାର କରୁଥିବା କହିଛନ୍ତି ରାଜ୍ୟ ଆଇନ୍‍ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ନିଶା ନିବାରଣ ଉପରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କର ଏକ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଚୋରା ନିଶା କାରବାରକୁ ରୋକିବାପାଇଁ ଅବକାରୀ ବିଭାଗ ତରଫରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି । ଏହି କାରବାରକୁ ରୋକିବାପାଇଁ ରାଜ୍ୟରେ ୪ଟି ଅବକାରୀ ଗୁଇନ୍ଦା ସଂସ୍ଥା, ୩୩ଟି ବହୁମୁଖୀ ସ୍କ୍ୱାଡ୍‍, ୩୩ଟି ଭ୍ରାମ୍ୟମାଣ ସ୍କ୍ୱାଡ୍‍, ୨୦୧ଟି ଅବକାରୀ ଥାନା, ୭୩ଟି ରେଞ୍ଜ ଅଫିସ୍‍ ଓ ୩ଟି ନୂଆ ଖୋଲାଯାଇଥିବା ସାଟେଲାଇଟ୍‍ ୟୁନିଟ୍‍ ଦ୍ୱାରା ଚଢଉକୁ କଡାକଡି କରାଯାଉଛି । ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ଚଳାଇଥିବା ନିଶାମୁକ୍ତ ଭାରତ ଅଭିଯାନରେ ରାଜ୍ୟର ୩୩ଟି ଅବକାରୀ ଜିଲ୍ଲା ସାମିଲ ହୋଇ ଚୋରାମଦ ଏବଂ ଅନ୍ୟାନ୍ୟ ନିଶା ଦ୍ରବ୍ୟ ବିରୁଦ୍ଧରେ ଚଢଉକୁ ବ୍ୟାପକ ଏବଂ କ୍ରିୟାଶୀଳ କରାଯାଉଛି । ଓଡିଶାକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ଏକ ଆଦର୍ଶବାଦୀ ପରିକଳ୍ପନାଏବଂ ସେ ଦିଗରେ ଓଡିଶା ଆଗକୁ ଅଗ୍ରସର ହେବାକୁ ସରକାର ବିଚାର କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking