25.1 C
Bhubaneswar
Friday, March 20, 2026
Homeଓଡିଶାବଜେଟ୍‌ରେ ପୁଣି ଓଡ଼ିଶାକୁ ଅଣଦେଖା : ନବୀନ

ବଜେଟ୍‌ରେ ପୁଣି ଓଡ଼ିଶାକୁ ଅଣଦେଖା : ନବୀନ

ଭୁବନେଶ୍ୱର: ଆର୍ôଥକ ବର୍ଷ ୨୦୫-୨୬ ପାଇଁ ଆଜି ସଂସଦରେ ବଜେଟ୍ ଉପସ୍ଥାପିତ ହୋଇଛି। କେନ୍ଦ୍ରର ବଜେଟ୍ ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ କହିଛନ୍ତି, ‘ବର୍ତ୍ତମାନ ଦେଶର ଯୁବଗୋଷ୍ଠୀ ଚାକିରି ପାଉନାହାଁନ୍ତି। ବେକାରୀ ସମସ୍ୟା ବଢିବାରେ ଲାଗିଛି। ଆଉ ଦରଦାମ ନିୟନ୍ତ୍ରଣ ବାହାରେ ରହିଛି। ସଧାରଣ ଲୋକ ଦରଦାମକୁ ନେଇ ହସ୍ତସନ୍ତ ହେଉଛନ୍ତି। କିନ୍ତୁ ଚଳିତ ବଜେଟ୍‌ରେ ଏହି ଦୁଇଟି ବଡ଼ ଚ୍ୟାଲେଞ୍ଜକୁ ଦୃଷ୍ଟି ଦିଆଯାଇ ନାହିଁ। ସେହିପରି ଚଳିତ ବଜେଟ୍‌ରେ ମଧ୍ୟ କେନ୍ଦ୍ର ସରକାର ଓଡ଼ିଶାକୁ ପୁଣି ଅଣଦେଖା କରିଛନ୍ତି ବୋଲି ବିରୋଧୀ ଦଳ ନେତା ଅଭିଯୋଗ ଆଣିଛନ୍ତି।

ଅନ୍ୟ ରାଜ୍ୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଥିଲେ ମଧ୍ୟ ଓଡ଼ିଶାକୁ ଗୁରୁତ୍ୱ ଦିଆଯାଉ ନାହିଁ। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ବାରମ୍ବାର ଦାବି କରାଯାଇ ଆସୁଛି, କିନ୍ତୁ ଓଡ଼ିଶାକୁ କେନ୍ଦ୍ର ବାରମ୍ବାର ଅବହେଳା କରୁଛି। କେନ୍ଦ୍ର ସରକାରଙ୍କ ୨୦୨୫-୨୬ ବଜେଟକୁ ବିକଶିତ ଭାରତ ପାଇଁ ବଜେଟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ଏହି ବଜେଟରେ ମହିଳା ଉଦ୍‌ଯୋଗୀଙ୍କୁ ପାଇଁ ନୂତନ ସୁଯୋଗ ସହ ଆତ୍ମନିର୍ଭର କରିବା ନିମନ୍ତେ ବ୍ୟାପକ ବ୍ୟବସ୍ଥା ହୋଇଛି। ମୋଟ ୫ ଲକ୍ଷ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ମହିଳା ଉଦ୍‌ଯୋଗୀଙ୍କୁ ଆଗାମୀ ୫ ବର୍ଷରେ ୨ କୋଟି ପର୍ଯ୍ୟନ୍ତ ଆର୍ôଥକ ସହାୟତା ଯୋଗାଇ ଦିଆଯିବ। କୃଷି ଏବଂ କୃଷକଙ୍କ ବିକାଶକୁ ପ୍ରାଧାନ୍ୟ ଦେଇ ଆରମ୍ଭ ହେବ ‘ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା’। ଦେଶର ମୋଟ ୧୦୦ଟି ଖାଇବା ତେଲରେ ଭାରତକୁ ଆତ୍ମନିର୍ଭର କରିବା ନିମନ୍ତେ ଆରମ୍ଭ ହେବ ୬ ବର୍ଷିଆ ସ୍ୱତନ୍ତ୍ର ଯୋଜନା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking