22.1 C
Bhubaneswar
Tuesday, December 16, 2025
Homeଓଡିଶାଓଡ଼ିଶା ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଙ୍ଘର ଚାକିରୀ ସ୍ଥାୟିକରଣ ସମେତ ୧୨ ଦଫା ଦାବି...

ଓଡ଼ିଶା ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଙ୍ଘର ଚାକିରୀ ସ୍ଥାୟିକରଣ ସମେତ ୧୨ ଦଫା ଦାବି ସମ୍ବଳିତ ପତ୍ର ପ୍ରଦାନ

ଭୁବନେଶ୍ୱର: ଆଜି ଓଡିଶା ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ତରଫରୁ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ଵାସ୍ଥ୍ୟ ସଚିବ ଓ ଜାତୀୟ ସ୍ଵାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କୁ ଚାକିରୀ ସ୍ଥାୟୀ କରିବା, ଦରମା ବୃଦ୍ଧି, ସ୍ଵାସ୍ଥ୍ୟ ବୀମା, ଘର ଭଡ଼ା, ମହଙ୍ଗା ଭତ୍ତା, ରାଜ୍ୟ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରିବା ଆଦି ୧୨ ଦଫା ଦାବି ସମ୍ବଳିତ ପତ୍ର ପ୍ରଦାନ କରିଛନ୍ତି। ସଙ୍ଘର ଉପଦେଷ୍ଟା ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ, ଶ୍ରୀଯୁକ୍ତ ମହେଶ କୁମାର ମିଶ୍ର, ସଂଘ ସଭାପତି ଅନିରୁଦ୍ଧ ପଣ୍ଡା, କୋଷାଧ୍ୟକ୍ଷ ଆଶୁତୋଷ ମିଶ୍ର ଓ ସଦସ୍ୟ ଭାଗିରଥୀ ବେହେରା ଦାବୀପତ୍ର ପ୍ରଦାନ ସମୟରେ ଉପସ୍ଥିତ ରହି ଆଲୋଚନା କରିଥିଲେ।

ପ୍ରକାଶ ଥାଉକି ଦୀର୍ଘ ୧୮ ବର୍ଷ ହେବ ସ୍ୱାସ୍ଥ୍ୟ ମିଶନ ଅଧିନ ରେ ବ୍ଲକ ଠାରୁ ରାଜ୍ୟ ପର୍ଯ୍ୟନ୍ତ ସମସ୍ତ ଡାକ୍ତର ଖାନରେ ମ୍ୟାନେଜମେନ୍ଟ କର୍ମଚାରୀ ମାନେ କାର୍ଯ୍ୟରତ। ଉଚ୍ଚ ଶିକ୍ଷିତ, ଦକ୍ଷ କର୍ମଚାରୀ ଯେଉଁ ମାନେ ଯୁବ ଅବସ୍ଥାରେ ଚାକିରି ଆରମ୍ଭ କରିଥିଲେ ଆଜି ସେମାନଙ୍କର ହାରାହାରୀ ବୟଷ ୪୫ ବର୍ଷ ହେଲାଣି । ଯେଉଁ ମାନଙ୍କରେ ଅଗମ୍ୟ ଉଦ୍ୟମ କାରଣ ରୁ ସ୍ୱାସ୍ଥ୍ୟ ବିଭାଗ ଅନେକ ସଫଳତା ହାସଲ କରି ଅନେକ ବାର ଜାତୀୟସ୍ତରରେ ପୁରସ୍କୃତ ହୋଇଛି । -ମାତୃ ଓ ଶିଶୁ ମତ୍ୟୃହାରକୁ ଆଖିଦୃଶିଆ ଭାବେ ହ୍ରାସ କରିବା, ଯକ୍ଷ୍ମା ନିରାକରଣ, କୁଷ୍ଠ ନିରାକରଣ, ମାନସିକ ରୋଗ କାର୍ଯ୍ୟକ୍ରମ, ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ , ଅଣ ସଂକ୍ରାମକ ରୋଗ ନିୟନ୍ତ୍ରଣ ଆଦି ଅନେକ କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ପରିଚାଳନା କରୁଛନ୍ତି। ଓଡିଶାର ଅନେକ ଡାକ୍ତରଖାନା ସ୍ୱଛତା ଓ କାୟାକଳ୍ପ ପୁରସ୍କାର ପାଇବା ଓ ଏନ କ୍ୟୁ ଏ ଏସ ରେ ମଦ୍ଧ ସଫଳତାର ସହିତ କାର୍ଯ୍ୟ କରୁଛନ୍ତି। ବାତ୍ୟା ଓ ବନ୍ୟା ସହିତ ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ୨୦୦୬ ରୁ କରିଆସୁଛନ୍ତି।

କରୋନା ମାହାମାରୀ ମୁକାବିଲାରେ ସାରା ଦେଶରେ ଉଦାହାରାଣ ସୃଷ୍ଟି କରିଥିଲେ ଯାହା କେବଳ ସ୍ୱାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ପରିଚାଳନା କର୍ମଚାରୀ ମାନଙ୍କ ପାଇଁ ସମ୍ଭବ ହୋଇଥିଲା। ଗତ ଅଗଷ୍ଟ ମାସ ୨୦୨୧ ରେ ଓଡିଆ ସରକାର ଠିକା ପ୍ରଥା ଉଠାଇଦେବାର ନାରା ଦେଇ ପ୍ରାୟ ସମସ୍ତ ବିଭାଗରୁ ୫୮୦୦୦ କର୍ମଚାରୀଙ୍କୁ ସ୍ତାୟିତ କରିଥିଲେ କିନ୍ତୁ କେବେଳ ସ୍ୱାସ୍ଥ୍ୟ ମିଶନ ଅଧିନରେ କାର୍ଯ୍ୟରତ ପ୍ରାୟ ୮୦୦୦ କର୍ମଚାରିଙ୍କୁ ବାଦ ଦେଇଥିଲେ ଯେଉଁଥିରେ ପରିଚାଳନା କର୍ମଚାରୀ ସମେତ ଆୟୁଷ ଡାକ୍ତର, ରାଷ୍ଟ୍ରୀୟ ବାଲ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନ କର୍ମଚାରୀ, ଇଞ୍ଜିିୟରିଙ୍ଗ୍ କର୍ମଚାରୀ ଓ ଏଡ଼ସ ସୋସାଇଟି କର୍ମଚାରୀ ଅନ୍ତର୍ଭୁକ୍ତ। ସତରେ କଣ ଆମେ ସରକାରଙ୍କ ପାଈଁ କାର୍ଯ୍ୟ କରୁନାହୁଁ। ସ୍ୱ୍ୟାସ୍ଥ୍ୟ ବିଭାଗ ଗୋଟେ ଅତ୍ୟନ୍ତ ଜରୁରି କାଳୀନ ବିଭାଗ ଅଟେ ଆଉ ଲୋକଙ୍କ ସେବାରେ ସବୁବେଳେ ଉତ୍ସର୍ଗୀକୃତ । ଆମର ସରକାରଙ୍କ ପାଖରେ ଏତିକି ନିବେଦନ ରହିବ ତୁରନ୍ତ ସରକାର ସ୍ୱାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ୮୦୦୦ କର୍ମଚାରୀ ଙ୍କୁ ସ୍ତାୟୀ କରନ୍ତୁ ଆଉ ତାଙ୍କ ଉପରେ ନିର୍ଭରଶୀଳ ପ୍ରାୟ ୨୦୦୦୦୦ ଲୋକଙ୍କ ମୁହଁରେ ହସ ଫୁଟାନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking